ମହାସପ୍ତମୀରୁ ପୂଜା ପାଇଲେ ମା’ ଦୁର୍ଗା , ପୂଜା ମଣ୍ଡପ ଗୁଡିକରେ ଜମୁଛି ଭକ୍ତଙ୍କ ଭିଡ…


ବୁଗୁଡ଼ା : ବୁଗୁଡ଼ା ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ଦୁର୍ଗତିନାଶିନୀ ମା’ ଦୁର୍ଗାଦେବୀଙ୍କ ମହାସପ୍ତମୀ ପୂଜା ବଡ ଧୁମଧାମରେ ପାଳିତ ହୋଇଯାଇଛି । ଚଳିତ ବର୍ଷ ବୁଗୁଡ଼ା ସହରର ମଦନ ମୋହନ ଛକ ଏବଂ ନୂଆଁ ବସଷ୍ଟାଣ୍ଡ ସମେତ ବାଦୁଆ , ବି.କରଡ଼ାବାଡ଼ି ଓ ବାଲିପଦର ଆଦି ଗ୍ରାମରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି । ରବିବାର ଦିନ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଥିଲା ବେଳେ ସୋମବାର ଦିନ ମହାଷ୍ଟମୀ ପୂଜା , ମଙ୍ଗଳବାର ଦିନ ମହାନବମୀ ପୂଜା ଓ ବୁଧବାର ଦିନ ଦଶହରା ପର୍ବ ପାଳନ ହେବ ବୋଲି ଆୟୋଜକମାନଙ୍କ ତରଫରୁ ପ୍ରକାଶ ପାଇଛି । ପୂଜା ମଣ୍ଡପ ଗୁଡିକ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ରଙ୍ଗୀନ୍ ଆଲୋକ ମାଳାରେ ଝଲସି ଉଠୁଛି । ବିଭିନ୍ନ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମାଗଣା ପ୍ରସାଦ ସେବନର ବ୍ଯବସ୍ଥା ହୋଇଛି । ଶକ୍ତିମୟୀ ଜଗତ ଜନନୀ ଦୁର୍ଗାଙ୍କ କୃପା ଲାଭାର୍ଥେ ପୂଜା ମଣ୍ଡପ ଗୁଡିକରେ ଭକ୍ତଙ୍କ ଭିଡ ଲାଗିରହିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ସଜାଗ ରହିଛି ।

nis-ad
Leave A Reply

Your email address will not be published.