ଚାକିରିର ବାହାନା ଦେଖାଇ ଯୁବକଙ୍କୁ ଠକୁଛି ଦୁଲାଦେଇ ଫାଉଣ୍ଡେସନ…

ମାଲକାନଗିରି : ଦିନକୁ ଦିନ ରାଜ୍ୟ ତଥା ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ଫାଇଦା ନିଅନ୍ତି କିଛି ଠକ ସଂସ୍ଥା । ପ୍ରତ୍ୟକ ଯୁବକଙ୍କୁ ସରକାରୀ କିମ୍ବା ବେସରକାରୀ ଚାକିରିର ଆବଶ୍ୟକ ରହିଛି । ତେବେ ଯଦି କେହି ଚାକିରୀ ଦେବା କଥା କହେ ଦେବେ ଯୁବ ପିଢ଼ି ଚାକିରୀ ଆସାରେ ସେହି ଲୋକର ସମସ୍ତ କଥା ମାନିଥାନ୍ତି । ତେବେ ଏହି ବେକାରୀ ସମସ୍ୟା ର ଫାଇଦା ଉଠାଉଛନ୍ତି କିଛି ଠକ ବ୍ୟକ୍ତି । ମାଲକାନଗିରି ଜିଲ୍ଲାରେ ଥିବା ଦୁଲାଦେଇ ଫାଉଣ୍ଡେସନର ଡ଼ାଇରେକ୍ଟର ଯେଉଁ ବେସରକାରୀ କାର୍ଯ୍ୟାଳୟରେ ଡ଼ାଇରେକ୍ଟର ଯୁବ ପିଢିଙ୍କୁ ବିଭିନ୍ନ କାମ ଦେବ କହି ଟଙ୍କା ଆତ୍ମ ସାତ କରୁଥିବା ଅଭିଯୋଗ ହୋଇଛି । ତେବେ ଏହି ଫାଉଣ୍ଡେସନ ର ଡ଼ାଇରେକ୍ଟର ସୁରେଶ କୁମାର ପଣ୍ଡା ମାଲକାନଗିରି ଜିଲ୍ଲାର ଅନେକ ଯୁବକ ଓ ଯୁବତୀଙ୍କୁ ବିଭିନ୍ନ କାମ ଦେବ କହି କାହାଠାରୁ 20 ହଜାର ତ କାହା ଠାରୁ 40 ନେଇଛି । ତେବେ ଜିଲ୍ଲାରେ ବିଦ୍ୟୁତ ବିଭାଗର ଟେଣ୍ଡର ନେଇଥିବା ଟାଟା କମ୍ପାନୀରେ ବିଭିନ୍ନ ବିଭାଗ ରେ ଚାକିରୀ ଦେବ କହି ଜଣେ ଜଣେ ଯୁବକଠୁ 40 ହଜାର ନେବା ସହ । ଗାଁ ଗାଁ ରେ ଆୟୁସମାନ ଯୋଜନାରେ ଔଷଧ ବାଣ୍ଟିବା ଭଳି ଚାକିରି ଦବା କହି ମଧ୍ୟ ପଇସା ନେଇଛି । ତେବେ ସେହି ବେସରକାରୀ ସଂସ୍ଥା କୁ ବାରମ୍ବାର ଅଭିଯୋଗ ପରେ ଯୁବକ ମାନେ ଏକାଠି ହୋଇ ମାଲକାନଗିରି ଜିଲ୍ଲା କାଲିମେଳା ଥାନାରେ ଏକ କେଶ ଦେଇଛନ୍ତି ।

nis-ad
Leave A Reply

Your email address will not be published.