ଜୁଆ ଆଡ୍ଡାରେ ଚଢ଼ାଉ ୫ ଗିରଫ, ୧୪ ହଜାର ଟଙ୍କା ଜବତ


ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳର ହିଞ୍ଜିଳି ମଠ ପଦର ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ରବିବାର ସଂଧ୍ୟାରେ ହିଞ୍ଜିଳି ପୋଲିସ ଚଢ଼ାଉ କରି ୫ ଜଣ ଜୁଆଡିଙ୍କୁ କାବୁ କରିଛି। ଅନ୍ୟ କିଛି ଜୁଆଡି ପୋଲିସ ଚଢ଼ାଉ ବେଳେ ଖସି ପଳାଇ ଥିଲେ। ଧରା ପଡ଼ିଥିବା ୫ ଜୁଆଡି ଙ୍କୁ ପୋଲିସ ଗିରଫ କରିଛି। ଜୁଆ ଆଡ୍ଡା ରୁ ୧୪ ହଜାର ଟଙ୍କା ଓ ତାସ ମୁଠା ପୋଲିସ ଜବତ କରିଛି‌ । ଏ ନେଇ ହିଞ୍ଜିଳି ଥାନା ରେ ନଂ- ୫୩୦/୨୨ରେ ମାମଲା ରୁଜୁ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

nis-ad
Leave A Reply

Your email address will not be published.