ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ନାରୀସୁରକ୍ଷା ମହିଳା ମହାସଂଘ…

ଫୁଲବାଣୀ /ଟିକାବାଲି:- କନ୍ଧମାଳ ଜ଼ିଲ୍ଲା ଟିକାବାଲି ଗ୍ରାମ ପାଞ୍ଚଯାତ ଅନ୍ତର୍ଗତ ଛାତି୍ଝର ଗ୍ରାମରେ ନାରୀସୁରକ୍ଷା ମହିଳା ମହାସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ଟିକାବାଲି ପାଞ୍ଚଯାତ ର ପ୍ରାୟ ପ୍ରତେକ ଗ୍ରାମରୁ ମହିଳା ମାନେ ଯୋଗ ଦେଇଥିଲେl ଆସନ୍ତା 11/10/2022/ରିଖରେ ଏକ ବିରାଟ ମଦ ବନ୍ଦ ରାଲି ଟିକାବାଲି ରେ ଅନୁଷ୍ଠିତ ହେବା କୁ ସ୍ଥିର ହୋଇଛି ଦେଶୀ ଓ ବିଦେଶୀ ମଦ ଯୋଂଗୁ ପରିବାର ଧ୍ୱଂସ ହେଉଛି, ପିଲା ମାନଙ୍କର ପାଠ ପଢ଼ା କ୍ଷେତ୍ରରେ ବ୍ୟଘାତ ସୃଷ୍ଟି ହେଉଛି l ଏକ ମଦୁଆ ବ୍ୟକ୍ତି ଙ୍କ ପାଇଁ ପରିବାର, ଓ ସାହିବାସିନ୍ଦା ଅଶାନ୍ତି ରେ ଜୀବନ ଯାପନ କରିବାକୁ ପଡୁଛି l କେବଳ ମଦ ନିଶା ପାଇଁ ଅନେକ ଅସାମାଜିକ ଘଟଣା ଘଟୁଛି କମ ବୟସରେ ମହିଳା ବିଧବା ହୋଇ ଅସହାୟ ହେଉଛନ୍ତି l ସର୍ବଦା ପରିବାର ସଦସ୍ୟ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଛି l ଯିଏ ଭଲ ପାଠ ପଢ଼ୀ ଭଲ ମଣିଷ ହେବା ସ୍ୱପ୍ନ ଦେଖୁଛି ତାର ସ୍ୱପ୍ନ ମଉଳି ଯାଉଛି କେବଳ ମଦୁଆ ବାପା ପାଇଁ l ଏହିପରି ଅନେକ ଯନ୍ତ୍ରଣା ସହିବାକୁ ପଡୁଛି ମହିଳା ମାନଙ୍କୁ ବୋଲି ବଡ଼ ଦୁଃଖଏବଂ କ୍ଷ୍ୟବ ରସହ ମତ ପ୍ରକାଶ କରିଥିଲେ ଲୁପିତା ପ୍ରଧାନ l ଏଣୁ ଛାତିଝର ଗ୍ରାମ ସମେତ ସମଗ୍ର ଟିକାବାଲି ପଞ୍ଚଯାତ ଏବଂ ବ୍ଲକ ରେ ସମ୍ପୂର୍ଣ ମଦ ବନ୍ଦ ପାଇଁ ଆନ୍ଦୋଳନକୁ ତୀବ୍ରତର କରାଯିବା କୁ ଆଜିର ପ୍ରସ୍ତୁତି ବୈଠକ ରେ ଆଲୋଚନାକରାଯାଇଥିଲା l ଏଥିରେ ମହାସଂଘର ସଭାନେତ୍ରୀ ରତ୍ନାବତି ବେହେରା, ଗୀତାଞ୍ଜଳି ବେହେରା, ମମତା ବେହେରା, ଅନୁ ନାୟକ, ସୌଦାମିନୀ ନାୟକ, ଲାବନ୍ୟ ଦେହୁରୀ, ରୁକୁଣି ବେହେରା, ପ୍ରମୁଖ ନେତୃତ୍ୱ ମହିଳା ବୃନ୍ଦ ଯୋଗ ଦେଇଥିବା ବେଳେ ସାମାଜିକ କର୍ମୀ କ୍ରିଷ୍ଣା ଚନ୍ଦ୍ର ଡିଗଲ (ବୁଲୁ ) କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ଦିଗଦର୍ଶନ ଦେବା ସହିତ ନିଶା ଠାରୁ ଦୂରରେ ରହି ସୁସ୍ଥ ଶରୀର ଗଠନ ପାଇଁ ସଚେତନତାର ବାର୍ତ୍ତା ଦେଇଥିଲେ l

nis-ad
Leave A Reply

Your email address will not be published.