ବେକାର ଯୁବକ ଓ ଯୁବତୀଙ୍କୁ ଚାକିରି ନାମରେ ଲକ୍ଷାଧିକ ଟଙ୍କା ଠକେଇ

ମାଲକାନଗିରି, ୦୩/୧୦: ମାଲକାନଗିରି ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ବିଭିନ୍ନ ଘରୋଇ ସଂସ୍ଥାରେ ନିଯୁକ୍ତି କରାଇଦେବା କଥା କହି ଲକ୍ଷାଧିକ ଟଙ୍କା ଠକାମି । ଠକିଥିବା ବ୍ୟକ୍ତି କାଲିମେଳା ବ୍ଳକର ସୁରେଶ ପଣ୍ଡା ବୋଲି ସୂଚନା ମିଳିଛି । ଏକ ଆୟୁର୍ବେଦ କମ୍ପାନୀରେ ଚାକିରି କରେଇ ଦେବା କଥା କହି ମାଲାଭରମ ପଞ୍ଚାୟତର ଶତାଧିକ ଆଦିବାସୀ ପିଲାଙ୍କ ଠାରୁ ଚାରିରୁ ଆଠ ହଜାର ପର୍ଯ୍ୟନ୍ତ ଟଙ୍କା ନେଇ ସେମାନଙ୍କୁ ନକଲି ସାର୍ଟିଫିକେଟ ପ୍ରଦାନ କରିଛି ଏହି ଠକ ।

ଠିକ୍‌ ସେହିପରି ତୁମାଗୁଡା ଗ୍ରାମର ଶିକ୍ଷିତ ପିଲାଙ୍କୁ ଟାଟା ପାୱାର କମ୍ପାନୀରେ ନିଯୁକ୍ତି ପ୍ରଦାନ କରିବା କଥା କହି ସେମାନଙ୍କ ଠାରୁ ଚାଳିଶ ହଜାର ଟଙ୍କା ଲେଖାଏଁ ଆଦାୟ କରିଛି ଠକ ଠିକାଦାର ସୁରେଶ ପଣ୍ଡା । ଗତ କିଛି ମାସ ଧରି ଏପରି ଭାବେ ଠକାମିର ଶିକାର ହେବା ପରେ ମାଲକାନଗିରି ଏସପିଙ୍କ ନିକଟରେ ପହଞ୍ଚି ଅଭିଯୋଗ କରିଛନ୍ତି ଯୁବକ ଯୁବତୀ । ଠକ ସୁରେଶ ପଣ୍ଡା ନାମରେ ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦିଆଯାଇଛି । ପୋଲିସ ଅଭିଯୋଗ ଗ୍ରହଣ କରିବା ସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି  ।

nis-ad
Leave A Reply

Your email address will not be published.