ପୋଖରୀରେ ବୁଡି ମହିଳା ମୃତ

ତେଲକୋଇ ୦୩।୧୦ : ପୋଖରୀରେ ବୁଡି ମହିଳା ମୃତ । କେନ୍ଦୁଝର ତେଲକୋଇ ଥାନା ସରୁଆଳି ଗାଁରେ ଘଟିଛି ଘଟଣା । ମୃତକଙ୍କ ନାମ ଗୀତାଞ୍ଜଳି ପଲେଇ ବୋଲି ଜଣାପଡିଛି ।  

ଖବର ଅନୁଯାୟୀ, ସୋମବାର ଦିନ ୧୦ଟା ସମୟରେ ଗୀତାଞ୍ଜଳି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲା । ଗାଧୋଉଥିବା ସମୟ କୌଣସି କାରଣରୁ ଗୀତାଞ୍ଜଳିଙ୍କ ଗୋଡ ଖସି ଯାଇଥିଲା ଏବଂ ସେ ବୁଡିଯାଇଥିଲେ । ଅନ୍ୟଲୋକମାନେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ବି ସଫଳ ହୋଇନଥିଲା । ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଦମକଳା ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୀତଞ୍ଜଳିକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।

nis-ad
Leave A Reply

Your email address will not be published.