କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଦୁଇଦିନିଆ କର୍ମଶାଳା ଉଦଯାପିତ…

କନ୍ଧମାଳ ଜିଲ୍ଲା ପ୍ରତିନିଧି // ନିଃସର୍ତ୍ତ

ଫୁଲବାଣୀ:- ଶୁକ୍ରବାର କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ କର୍ମଶାଳା ଶନିବାର ଦିନ ଉଦଯାପିତ ହୋଇଛି l ଦ୍ୱିତୀୟ ଦିନରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ l ଏହି ଅବସରରେ ମୁଖ୍ୟ ଅତୀଥି ଶ୍ରୀ ସାହୁ ସାମ୍ବାଦିକ ମାନେ ତଥ୍ୟ ଉପରେ ଆଧାରିତ ସଠିକ ଖବର ପ୍ରକାଶ କରିବା ପାଇଁ ପରାମର୍ଶ ଦେଇଥିଲେ l କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମର ସଭାପତି ସୁନୀଲ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା କର୍ମଶାଳାରେ ମୁଖ୍ୟବକ୍ତା ଭାବେ ରାଜ୍ୟର ଜଣାଶୁଣା ବରିଷ୍ଠସାମ୍ବାଦିକ ନୀଳାମ୍ବର ରଥ ଯୋଗ ଦେଇ ସାମ୍ବାଦିକଙ୍କ କର୍ତ୍ତବ୍ୟ , ମୂଲ୍ୟବୋଧ ଓ କାର୍ଯ୍ୟଶୈଳୀ ଉପରେ ବୁଝାଇବା ସହ ସାମ୍ବାଦିକଙ୍କ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ଶ୍ରୀ ରଥ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ , ସାମ୍ବାଦିକ ରାଧାମୋହନ ମହାପାତ୍ର, ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ଯୋଗ ଦେଇ ସାମ୍ବାଦିକ ମାନଙ୍କ ମହତ୍ତ୍ୱ ଓ ଉଦ୍ଦେଶ୍ୟ କଣ ହେବା ଉଚିତ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗାଲ ସାମ୍ବାଦିକ ମାନେ ନିଜ ନିଜର ଦକ୍ଷତା ଓ ପରିଚୟ ନିଜେ ନିଜେ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଫୋରମର ଉପସଭାପତି ଆଦିତ୍ୟ ପ୍ରସାଦ ତ୍ରିପାଠୀ,ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ,କୋଷାଧ୍ଯକ୍ଷ ଶିବ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ଏହି ଅବସରରେ ଫୋରମ ପକ୍ଷରୁ ଖଜୁରୀପଡା ତହସିଲଦାର ସ୍ୱପ୍ନିତା ନାୟକ, ସ୍ବେଛାସେବୀ ସଂଗଠନ ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡାଙ୍କ ସମେତ ଫୋରମର ସମସ୍ତ ସଦସ୍ୟ, ଉପଦେଷ୍ଟା ଓ କିଛି ବରିଷ୍ଠ ସାମ୍ବାଦିକଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା lଏହି ଅବସରରେ ଫୋରମ ପକ୍ଷରୁ ଏକ ମୁଖପତ୍ର ସ୍ରୋତସ୍ବିନୀ ସାଲୁକିକୁ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା l ବରିଷ୍ଠ ସାମ୍ବାଦିକ ସଦାଶିବ ପାତ୍ର ଓ ବ୍ରଜବିହାରୀ ନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ସୂର୍ଯ୍ୟ ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l

nis-ad
Leave A Reply

Your email address will not be published.