ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତୀ ନିକଟରୁ ମୃତ୍ତିକା ସଂଗ୍ରହ

ଫୁଲବାଣୀ : ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ସ୍ବାଧୀନତାର ଉଲ୍ଲାସ ବୃକ୍ଷ ଚାରା ରୋପଣ ନିମନ୍ତେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ମୃତ୍ତିକା ଜଳ ସଂଗ୍ରହ କରାଯାଉଛି। ମହାତ୍ମାଗାନ୍ଧୀ ଯେଉଁ ଯେଉଁ ସ୍ଥାନକୁ ଯାଇଥିଲେ ସେହି ସ୍ଥାନରୁ ଏହି ପବିତ୍ର ମୃତ୍ତିକା ଓ ଜଳ ସଂଗ୍ରହ କରାଯାଉଛି । ଯେଉଁ ଜିଲ୍ଲାମାନଙ୍କୁ ଯାଇନାହାନ୍ତି ସେହି ଜିଲ୍ଲାମାନଙ୍କରେ ଥିବା ଶହୀଦ୍‌ଙ୍କ ସ୍ମୃତି ପୀଠରୁ ଏହାକୁ ସଂଗ୍ରହ କରିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ସ୍ଵାଧୀନତା ଅନ୍ଦୋଳନରେ ଓଡ଼ିଶାର ଅବଦାନକୁ ସ୍ମରଣ କରିବା ପାଇଁ ସ୍ବାଧୀନତାର ୭୫ ତମ ବର୍ଷ ପାଳନର ଏହା ମଧ୍ୟ ଏକ ଅଂଶ। ପୂର୍ବରୁ ଜିଲ୍ଲାରେ ଅହିଂସା ରଥ ପରିକ୍ରମା କରି ଗାନ୍ଧୀଜୀଙ୍କ ଅହିଂସା ବାର୍ତ୍ତା ପ୍ରଚାର କରିସାରିଛି l

ଏହି ଅବସରରେ ଆଜି ଘୁ.ଉଦୟଗିରିଠାରେ ଅବସ୍ଥାପିତ ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତୀ ନିକଟରୁ ମୃତ୍ତିକା ସଂଗ୍ରହ କରାଯାଇଛି । ୧୮୪୫ ରେ ଚକରା ବିଷୋୟୀଙ୍କ ଅଧୁନାୟକତ୍ବ ସମୟରେ ତାଙ୍କର ବୀରତ୍ଵ, ନିର୍ଭିକତା ଓ ସାଙ୍ଗଠନିକ ଦକ୍ଷତା ଯୋଗୁଁ ଆଦିବାସୀଙ୍କ ଭିତରେ ନୂତନ ଜାଗରଣ ଓ ଉନ୍ମାଦନା ସୃଷ୍ଟି ହୋଇଥିଲା। ମୃତ୍ତିକା ସଂଗ୍ରହ ସମୟରେ ଘୁ.ଉଦୟଗିରି ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀ,ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, କୁଇ ସମାଜ ସଭାପତି, ଜିଲ୍ଲା ସଂସ୍କୃତି ଅଧୁକାରୀ,ପୋଲିସ ଅଧିକାରୀ,ସରକାରୀ ପଦାଧିକାରୀ , ସ୍ଥାନୀୟ ଜନସାଧାରଣ ତଥା ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନକରାଯାଇଥିଲା। ସେହିପରି ବାଲିଗୁଡ଼ା ସ୍ଥିତ ଖଡ଼ଗ ନଦୀର ବ୍ଲାଦୁ ଘାଟ ନିକଟରୁ ଆଜି ଜଳ ସଂଗ୍ରହ କରାଯାଇଛି । ଜଳ ସଂଗ୍ରହ ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶଶାଙ୍କ ପାତ୍ର, ସିନ୍ଦୂ ଗାଁ ସରପଞ୍ଚ, ରଘୁନାଥ ମଲ୍ଲିକ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀଙ୍କ ସମେତ ସରାକାରୀ ପଦାଧିକାରୀ, ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.