ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ ତାଲିମ ଶିବିର ଅନୁଷ୍ଠିତ

ଦାରିଙ୍ଗବାଡ଼ି,୨୯/୯, ଦାରିଙ୍ଗବାଡ଼ି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ତାଲିମରେ ଅବସର ପ୍ରାପ୍ତ ଶିକ୍ଷକ ଅନନ୍ତ ବିଷୋୟୀ ଏବଂ କାର୍ଯ୍ୟରତ ଶିକ୍ଷକ ଅନୁରଂଜନ ମନ୍ତ୍ରୀ ସାଧନ କର୍ମୀ ଭାବେ ଯୋଗଦେଇ ଥିଲେ । ଉକ୍ତ ତାଲିମ ଶିବିର ୨ଟି ପର୍ଯ୍ୟାୟରେ ହୋଇଥିଲା । ଏହି ତାଲିମ ଶିବିର ର ମୂଳ ଉଦ୍ଦେଶ୍ଯ ଥିଲା ୩ୟ ଶ୍ରେଣୀ ଠାରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କର ଶ୍ରେଣୀ ଅନୁସାରେ ଭାଷା,ଗଣିତ, ଇଂରାଜୀ, ପରିବେଶ ଓ ବିଜ୍ଞାନ ବିଷୟ ଗୁଡ଼ିକର ସର୍ବନିମ୍ନ ଦକ୍ଷତା ଅଭିବୃଦ୍ଧି ଆଣିବା ନିମନ୍ତେ ଏହା ଏକ ଓଡ଼ିଶା ସରକାରଙ୍କର ଏକ ଉଦ୍ୟମ ଅଟେ । ଏହା ୯୦ ଦିନର ପାଠ୍ୟକ୍ରମ ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରି ଦକ୍ଷତା ବୃଦ୍ଧି କରିବା କାର୍ଯ୍ୟକ୍ରମ ରହିଛି । ଏହା ବିଦ୍ୟାଳୟ ନିର୍ଘଣ୍ଟ ରେ ୨ଟି ପରିୟଡ଼ ରହିବ ଫଳରେ ସପ୍ତାହକୁ ୧୨ଟି ପରିୟଡ଼ ପଢାଇବା ନିମନ୍ତେ ସୂଚନା ରହିଛି । ଶେଷରେ ପିଲାଙ୍କୁ ୩ଟି ସ୍ତର ରେ ମୂଲ୍ୟାୟନ କରିବା ନିମନ୍ତେ ନିର୍ଦ୍ଦେଶ ରହିଛି ।

nis-ad
Leave A Reply

Your email address will not be published.