କେନାଲକୁ ଗାଧୋଇବାକୁ ଯାଇ ଫେରି ନାହାନ୍ତି ବୃଦ୍ଧ , ଭାସି ଯାଇଥିବା ସନ୍ଦେହ

ବୁଗୁଡ଼ା : ବୁଗୁଡ଼ା ଥାନା ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁ ନିକଟରେ ଥିବା ବାଘୁଆ କେନାଲରେ ଜଣେ ବୃଦ୍ଧ ଭାସି ଯାଇଥିବା ସନ୍ଧେହରେ ବୁଗୁଡ଼ା ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି ଜାରି ରଖିଥିବା ଜଣା ପଡିଛି l ସୂଚନା ପ୍ରକାରେ, ରାମଚନ୍ଦ୍ରପୁର ଗ୍ରାମର ବିପ୍ର ଚରଣ ନାୟକ(୫୮) ଆଜି ସନ୍ଧ୍ୟା ସମୟରେ ବାଘୁଆ କେନାଲକୁ ଗାଧୋଇବାକୁ ଯାଇଥିଲେ । ତେବେ ସେ ଫେରିବା ଡେରି ହେବାରୁ ପରିବାର ଲୋକେ କେନାଲ ନିକଟକୁ ଯାଇ ବିପ୍ରଙ୍କ ଚପଲ ଓ ବସ୍ତ୍ର କେନାଲ ହିଡ଼ରେ ଥୁଆ ହୋଇଥିବାର ଦେଖିଥିଲେ ହେଁ ବିପ୍ରଙ୍କୁ ପାଇ ନଥିଲେ l ସେ କେନାଲରେ ଭାସି ଯାଇଥିବା ସନ୍ଧେହ କରି ବୁଗୁଡ଼ା ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିବା ସୂଚନା ମିଳିଛି l

nis-ad
Leave A Reply

Your email address will not be published.