ବାର୍ଡ ଅନୁଷ୍ଠାନ ଦ୍ଵାରା ଟେଲିକମ ଉପଭୋକ୍ତା ଅଧିକାର ଓ ଅଭିଯୋଗ ସମନ୍ଧୀୟ ସଚେତନତା କର୍ମଶାଳା

ଫୁଲବାଣୀ : ଭାରତ ସରକାରଙ୍କ ଟ୍ରାଇ ଆନୁକୂଲ୍ୟରେରେ ଉପଭୋକ୍ତା ଓକିଲାତି ଅନୁଷ୍ଠାନ ବାର୍ଡ ପକ୍ଷରୁ ଏକ ଦିନିକିଆ ଟେଲିକମ ଗ୍ରାହକ ସଚେତନତା କର୍ମଶାଳା ଫୁଲବାଣୀ ଆଇଟିଡିଏ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସହକାରୀ ଜିଲ୍ଲାପାଳ ଅନିତା ସାହୁ କାର୍ଯ୍ୟକ୍ରମକୁ ଉଦ୍ଘାଘାଟନ କରିଥିଲେ I ସମ୍ମାନୀତ ଅତିଥି ଭାବେ ମିଳିତ ନାଗରିକ କମିଟି ଆବାହକ ତଥା ଆଇନଜିବୀ ଅଶୋକ ପରିଡା ଯୋଗ ଦେଇ ମୋବାଇଲ ନେଟର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।କିଭଳି ବାରମ୍ବାର ନେଟ ରହୁନାହିଁ।ନେଟ ନଥାଇ ନେଟ ବ୍ୟବହାର ନ କରି ଆମକୁ କିଭଳି ଅର୍ଥ ଦେବାକୁ ପଡୁଛି ।ତାର ସମାଧାନପାଇଁ ଭାରତୀୟ ସଞ୍ଚାର ନିଗମ ଫୁଲବାଣୀ ର ସେ ସମ୍ପର୍କରେ ଶିବ ପ୍ରସାଦ ସାମନ୍ତ ରାୟ ସୂଚନା ଦେଇଥିଲେ ।ଜିଓ ସେବା ସମ୍ପର୍କରେ ସୌମ୍ୟ ରଞ୍ଜନ ମହାନ୍ତି ବକ୍ତବ୍ୟ ଦେଇଥିଲେ।ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ବାର୍ଡ ଅନୁଷ୍ଠାନ ର ପ୍ରଶନ୍ନ କୁମାର ସାହୁ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।ଘରେ ମୋବାଇଲ ନଥିଲେ ସମାଜ ତାକୁ ଅଣଆଖିରେ ଦେଖେ କିନ୍ତୁ ଶତକଡା ୯୫ଭାଗ ଟେଲିକମ ଗ୍ରାହକ ସେମାନଙ୍କ ଅଧିକାର ବିଷୟରେ ସଚେତନତା ନୁହନ୍ତି ଓ ସଚେତନତା ହେବା ପାଇଁ ଟେଲିକମ କମ୍ପାନୀ ମାନେ ସୁଯୋଗ ଦେଇ ନଥାନ୍ତି ଓ ଗ୍ରାହକ ମାନେ ଭାସଭିତିକ ନଥିବା ଓ ଧର୍ଯ୍ୟହରା ଉପରକ୍ତକୁ ଆଧାର କରି ଟେଲିକମ କମ୍ପାନୀ ଲୁଟିବା ପାଇଁ ହାତଛଡା କରିନଥାନ୍ତି ବୋଲି ବକ୍ତବ୍ୟ ରଖିଥିଲେ I ବିଶେଷକରି ସିମ ନେବା ସମୟରେ ବହୁତ ଛୋଟ ଅକ୍ଷରରେ ଇଂରାଜୀ ଭାଷାରେ ଟର୍ମ କଣ୍ଡିସନ ରଖିଥାନ୍ତି ଯାହା ଗ୍ରାହକଙ୍କ ଭାବନାରେ ଭବିଷ୍ୟତରେ ଲୁଟିବା ରାସ୍ତା ପ୍ରଶସ୍ତ କରିଥାଏ, ନେଟୱର୍କ ସମସ୍ୟା, ଗୁଣବତ୍ତା ସେବା ପାଇବାରୁ ବଞ୍ଚିତ ଥିଲେବି ଦୈନିକ ଧାର୍ଯ୍ୟ ଦେୟ ମୂଲ୍ୟ ଦେବା, ଫେକ ମେସେଜ, ନ୍ୟୁନ ମାନ ସେବା, ବିଶେଷ କରି କନ୍ଧମାଳ ଜିଲ୍ଳା ୧୦ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ ୧୨ଗୋଟି ବ୍ଲକ, ୨୦୦ ଗୋଟି ଗ୍ରାମ ଆଦିବାସୀ ଅଧୁସିତ, ଅପ୍ରାନ୍ତ, ଅପହଞ୍ଚ କନ୍ଧମାଳ ଜିଲ୍ଲା ଥିବା ଦ୍ରୁଷ୍ଟିରୁ ସବୁଠି ନେଟୱର୍କ ପହଞ୍ଚାଇବ ସରକାରଙ୍କ କଡା ନିସ୍ପତି ଥିଲେବି ଟେଲିକମ କମ୍ପIନୀ ମାନେ ଅଣଦେଖା କରିବା ଓ ସରକାର ଡିଜିଟାଲ ସାକ୍ଷର ପାଇଁ ଆବଶ୍ୟକ ଭିତିଭୂମିର ଅଭାବ, ନେଟୱର୍କ ସମସ୍ୟା, ଇନ୍ଟାରନେଟ ଧିମୀଗତିରେ ଚାଲିବI,ଫେକ ମେସେଜ, ରିଚାର୍ଜ ପୂର୍ବରୁ ବାରମ୍ବାର କଲ ଆସିବା, ନୋଡାଲ ଓ ଅପଲଟେ ଅଧିକାରୀଙ୍କ ତଥ୍ୟ ସାର୍ବଜନୀକରଣ ନକରିବା, ଟ୍ରାଇର ଭ୍ଯାଲିଡିଟି ୨୮ ରୁ ୩୦ଦିନ ନିୟମ କଲେବି ଟେଲିକମ କମ୍ପIନୀ ଆଜିସୁଧା କାର୍ଯ୍ୟକ୍ଷମ ନକରିବା, ଘୋରାଇ ଇନ୍ଟାରନେଟ ସେବାକାରୀ ଓ ଡ଼ିଟିଏଚ, ଗ୍ରାହକଠାରୁ ଅଧିକ ମାସିକ ଦର ନେଇଥାନ୍ତି ଯାହା ସଭାରେ ଦୃଡ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା I ମୋବାଇଲ ସେବା ଓ ରାଡିଅସନ ବିକରଣର କୁପ୍ରଭାବରେ ପ୍ରକୃତିର ଜୀବଜାତ ଓ ପକ୍ଷୀ ମାନେ ଦିଗ ହରାହେଲେଣି ଓ ମହୁମାଛି ସବୁ ଲୋପ ଅଭିମୁଖେ ଯାହା ଆମ ଜଳବାଯୁ ଓ ଜୈବ ବିଭିଦତା ପ୍ରତି ବିପଦ ମାଡିବାକୁ ବସିଲାଣି ତାହା ଉପରେ ଗବେଷଣା କରି ପ୍ରତିକାର ପଦକ୍ଷେପ ନେବାପାଇଁ ସରକାର ଓ ଟେଲିକମ କମ୍ପାନି ମାନେ ବଚନବଦ୍ଧ ଅବିଭକ୍ତ ବକ୍ତାମାନେ ମତ୍ତ ରଖିଥିଲେ ଟ୍ରାଇ ନିୟମ କଡାକଡି ଥିଲେ ମଧ୍ୟ ଟେଲିକମ କମ୍ପାନୀ , କେବଲ ଅପରେଟର, ଇନ୍ଟରନେଟ ସେବା ପ୍ରଦାନକାରୀ ଅଣଦେଖା କରୁଛନ୍ତି , ଗ୍ରାହକ ସେବା କେନ୍ଦ୍ର ଗୁଡିକରେ ଅଭିଯୋଗ ପ୍ରଣାଳୀକୁ ସରଳ କରିବା , ଅଧିକ ଟୋଲ ଫ୍ରୀ ନମ୍ବର, ୱାଟତ୍ସ ଆପ୍ପ ନମ୍ବର ଓ ଓଡିଆ ଭାଷIରେ ସୁଗମ୍ୟ କରିବା ଅଧିକରୁ ଅଧିକ ଗ୍ରାହକ ସଚେତନତା କର୍ମଶଳI କମ୍ପାନୀଗୁଡିକ କରିବା ଉପରେ ଆୟୋଜନକାରୀ ଅନୁଷ୍ଠାନ ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ମତ ପ୍ରକାଶ କରିଥିଲେ I ଟ୍ରାଇ ନିୟମ ଓ ନିର୍ଦେଶIବଳୀ ଉପରେ ଗ୍ରାହକକୁ ମାର୍ଗ ଦର୍ଶନ ସେ ଦେଇଥିଲେ I ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ପରିଚାଳନା କରିବା ସହିତ ଜିଲ୍ଲାରେ ନେଟୱର୍କ ଓ ଇଣ୍ଟେର୍ନେଟ ଭଲଭାବରେ କାମ ନକରିବା ଓ ବିପର୍ଜ୍ୟ ଥିବାରୁ ଗ୍ରାହକ ମାନେ ବ୍ୟାଙ୍କ ସେବା, ଶିକ୍ଷା ସେବା,ଇ-ସେବା, ଅନଲାଇନ, ସ୍ୱାସ୍ଥ୍ୟ ସେବା,ବାଣିଜିକ ଓ ୨୦ଗୋଟି ସେବାରୁ ବଞ୍ଚିତ ହେବା ଦୁର୍ଭାଗ୍ୟ ବୋଲି ସଭାରେ ମତ ପ୍ରକାଶ ପାଇ ଥିବା ନେଇ ତାହାର ସୁ ଚିନ୍ତିତ ମତାମତ ଦେଇଥିଲେ I ସେହିପରି ଗ୍ରାମ ଅଞ୍ଚଳରେ ଅଧିକ ଟେଲିକମ ଗ୍ରାହକ ସଚେତନତା ସଭା କରିବା ଉପରେ ଜିଲ୍ଳା ପ୍ରଶାସନ ନିର୍ଦ୍ଦେଶ ଦେଇଅଛି, ।ଭାରତୀୟ ଦୂରସଂଚାର , ଏୟାର ଟେଲ କମ୍ପାନୀର ,ଜିଓ ଟେଲିକୋମ କମ୍ପାନୀର, ଭୋଡାଫୋନ ସମ୍ପର୍କରେ ସୂଚନା ଦେଇଥିଲେ। ଏ କାର୍ଯ୍ୟକ୍ରମରେ ଆଇନଜିବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.