ଶିଶୁଙ୍କ ଖାଦ୍ୟ ବାଟମାରଣା ନେଇ ସିଡିପିଓଙ୍କୁ ଅଭିଯୋଗ, ଆସୁନାହାନ୍ତି ଅଙ୍ଗନବାଡ଼ି କର୍ମୀ : ମିଳୁନି ଅଣ୍ଡା,ଛତୁଆ

ଦାରିଙ୍ଗବାଡ଼ି,୨୩/୯, ମହିଳା ଓ ଶିଶୁଙ୍କ ଶାରୀରିକ ତଥା ମାନସିକ ସ୍ତରରେ ବିକାଶ କରିବା ନିମନ୍ତେ ସରକାର ଅନେକ ଯୋଜନା କରିଛନ୍ତି । ପ୍ରତି ଗାଁରେ ଅଙ୍ଗନବାଡ଼ି ନିର୍ମାଣ କରିବା ସହ ଅଙ୍ଗନବାଡ଼ି କର୍ମୀ ଓ ରୋଷେୟା ନିଯୁକ୍ତି କରିଛନ୍ତି । ହେଲେ ସରକାରଙ୍କ ଯୋଜନା ମହିଳା ଓ ଶିଶୁଙ୍କ ପାଇଁ ଏକ ପ୍ରକାର ଯୋଜନା ହୋଇ ରହିଯାଇଛି । ଏହି ଯୋଜନାର ସୁଫଳ ପାଉନାହାନ୍ତି ମହିଳା ଓ ଶିଶୁ । ଶିଶୁ, ଗର୍ଭବତୀ ଓ ପ୍ରସୂତି ମାଆ ମାନଙ୍କ ପାଇଁ ଆସୁଥିବା ପୃଷ୍ଟିକର ଖାଦ୍ୟ ସଠିକ ଭାବେ ଲୋକଙ୍କ ପାଖରେ ପହଂଚି ପାରୁନାହିଁ । ଅଧାରୁ ବାଟ ମାରଣା ହୋଇଯାଉଛି । ଦାରିଙ୍ଗବାଡ଼ି ବ୍ଲକ ବୁଡାଗୁଡା ପଞ୍ଚାୟତ ଅନ୍ତର୍ଗତ ପଡିକିଆ ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀଙ୍କ ନାମରେ ଆସିଛି କିଛି ଏଭଳି କିଛି ଅଭିଯୋଗ । ଏନେଇ ଗ୍ରାମର ମହିଳା ମାନେ ଦାରିଙ୍ଗବାଡ଼ି ସିଡିପିଓ ଅଞ୍ଜଳି ମହାପାତ୍ରଙ୍କୁ ଭେଟି ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ଅଙ୍ଗନବାଡ଼ି କର୍ମୀ ସରସ୍ୱତୀ ବିନ୍ଧାଣି ଅଙ୍ଗନବାଡ଼ି କେନ୍ଦ୍ରକୁ ମାସକୁ ଥରେ କି ଦୁଇ ଥର ଆସୁଛନ୍ତି । ଅଣ୍ଡା କେବେ ମିଳୁଛି ତ ଆଉ କେବେ ନାହିଁ । ଶିଶୁ ଓ ମହିଳାଙ୍କ ପାଇଁ ଆସୁଥିବା ଛତୁଆ ଶିଶୁ ଓ ମହିଳାଙ୍କୁ ଦିଆନଯାଇ ବାହାରେ ବିକ୍ରୟ କରାଯାଉଥିବା ମହିଳା ମାନେ ଦାରିଙ୍ଗବାଡ଼ି ସିଡିପିଓଙ୍କୁ ଅଭିଯୋଗ କରିଛନ୍ତି । ଏପରିକି କୋଭିଡ ସମୟରେ ଶିଶୁ ଓ ମହିଳାଙ୍କୁ କୌଣସି ଅଣ୍ଡା, ଛତୁଆ ସହ ଅନେକ ପୃଷ୍ଟିକର ଖାଦ୍ୟ ଦିଆ ଯାଇନଥିବା ଅଭିଯୋଗ ହୋଇଛି । ଅଭିଯୋଗର ସମାଧାନ ଯଦି ଯଥା ଶୀଘ୍ର ନହୁଏ ଗ୍ରାମବାସୀ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବେ ବୋଲି କହିଛନ୍ତି । ଅନ୍ୟ ପକ୍ଷେ କ୍ଲଷ୍ଟର ଦାଇତ୍ୱରେ ଥିବା ସୁପରଭାଇଜର ମାନେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକର ସଠିକ ପରିଦର୍ଶନ ନକରିବା ଯୋଗୁଁ ଅଧିକାଂଶ ଅଙ୍ଗନବାଡ଼ି କେନ୍ଦ୍ର ସଠିକ ଭାବେ ଚାଲୁନଥିବା ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.