ନ୍ୟାୟ ପାଇବା ଆଶାରେ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଲେ ସ୍ବପ୍ନା

ବ୍ରହ୍ମପୁର ୨୩/୦୯: ବ୍ରହ୍ମପୁରରେ ନ୍ୟାୟ ମାଗୁଛନ୍ତି ଆଉ ଜଣେ ମହିଳା । ମହିଳା ଜଣଙ୍କ ସ୍ୱାମୀ ଘର ସମ୍ମୁଖରେ ଧାରଣା ଦେଇ ବସିଛନ୍ତି । ବ୍ରହ୍ମପୁର ରେଲୱେ ଷ୍ଟେସନରେ କାର୍ଯ୍ୟରତ ଟିଟିଆଇ କାହ୍ନୁ ନାୟକଙ୍କ ସ୍ତ୍ରୀ ସ୍ୱପ୍ନା ନାୟକ ବସିଛନ୍ତି ଧାରଣାରେ । କେବଳ ଧାରଣା ଦେଇନାହାଁନ୍ତି ସ୍ୱାମୀଙ୍କ ଘରର ତାଲା ଭାଙ୍ଗି ପଶିଛନ୍ତି । ତାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ବି ଧାରଣାରେ ବସିଛନ୍ତି । ତେବେ ସେଠାକାର ପରିସ୍ଥିତି ଏମିତି ହୋଇଛି ଘର ସମ୍ମୁଖରେ ଜିଆରପି ପୋଲିସ୍ ମୁତୟନ ଅଛନ୍ତି ।

ସୂଚନା ଥାଉକି, ୨୦୧୨ ମସିହାରେ କାହ୍ନୁ ନାୟକଙ୍କ ସହ ସ୍ୱପ୍ନାଙ୍କ ବିବାହ ହୋଇଥିଲା । ୨୦୧୮ ମସିହାରେ ଅଧିକା ୨୦ ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ କହିଥିଲେ । ଯୌତୁକ ନ ଆଣିବାରୁ ଘରୁ ବାହାର କରିଥିବା ଅଭିଯୋଗ କରିଲେ ସ୍ୱପ୍ନା । ଭଣଜାଙ୍କ ସହ ଅନୈତିକ ସଂପର୍କ ରଖିଥିବା ସ୍ୱାମୀ ଅଭିଯୋଗ କରି ସ୍ତ୍ରୀ ସ୍ୱପ୍ନା ଙ୍କୁ ଗ୍ରହଣ କରୁନଥିବା ଅଭିଯୋଗ ଅଛି । ଜିଆର୍‌ପି ଥାନାରେ ସ୍ୱାମୀ କାହ୍ନୁଙ୍କ ବିଋୋଧରେ ମାମଲା ଦେଇଛନ୍ତି ସ୍ତ୍ରୀ ସ୍ୱପ୍ନା ।

ବାସ୍ତବରେ, ଗତ କିଛିଦିନ ତଳେ ଏମିତି ଏକ ମହିଳା ଧାରଣାରେ ବସିଥିଲେ । ଏଯାଏଁ ମଧ୍ୟ ନ୍ୟାୟ ଅପେକ୍ଷାରେ ସ୍ୱାମୀ ଘର ସମ୍ମୁଖରେ ବସିଛନ୍ତି ଦୀପିକା । ତାଙ୍କର ଦାବି ତାଙ୍କୁ ସ୍ତ୍ରୀର ଅଧିକାର ଦେବା ସହ ପୁଅକୁ ମିଳୁ ବାପାର ପରିଚୟ ।

nis-ad
Leave A Reply

Your email address will not be published.