ଛାତ୍ରୀଙ୍କ ବ୍ୟାଗ ଲୁଟ ଘଟଣାରେ ଚୋରୀସାମଗ୍ରୀ ଓ ବାଇକ ସହ ୩ଗିରଫ

ହିଂଜିଳିକାଟୁ (୨୩ା୯) : ହିଂଜିଳି ଥାନା ହିଞ୍ଜିଳି ଓଶିକିରି ମଧ୍ୟ ରାସ୍ତାରେ ଗତ ଅଗଷ୍ଟ ମାସ ୨୫ରେ ଜଣେ କଲେଜ ଛାତ୍ରୀ ସଂଧ୍ୟାରାଣୀ ଜେନା ସାଇକେଲରେ ଯାଉଥିବା ବେଳେ ସାଇକେଲ ବାସ୍କେଟରୁ ଛାତ୍ରୀଙ୍କ ବ୍ୟାଗକୁ ପଛପଟୁ ବାଇକରେ ଆସି ୩ଜଣ ଲୁଟି ନେଇଥିଲେ । ଉକ୍ତ ବ୍ୟାଗରେ ଛାତ୍ରୀଙ୍କ ମୋବାଇଲ, ସ୍କୁଲ କଲେଜର ସାର୍ଟିଫିକେ. ଆଧାର କାର୍ଡ଼ ଇତ୍ୟାଦି ରହିଥିଲା । ଶୁକ୍ରବାର ହିଂଜିଳି ପୋଲିସ ଏହି ମାମଲାରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ମାନେ ପାଟପୁର ଥାନା କଙ୍କୋରଡ଼ା ଗ୍ରାମର ଅଶୋକ ବିଶୋୟୀ, ଶ୍ରୀକାନ୍ତ ଜେନା ଓ ସୁବ୍ରତ ଜେନା । ଗିରଫ ମାନଙ୍କ ଠାରୁ ଲୁଟ ହୋଇଥିବା ବ୍ୟାଗ ସମେତ ମୋବାଇଲ ଫୋନ, ସ୍କୁଲ କଲେଜ ସାର୍ଟିଫିକେଟ, ଆଧାର କାର୍ଡ଼ ଇତ୍ୟାଦିକୁ ପୋଲିସ ଉଦ୍ଧାର କରିଛି । ଅନ୍ୟ ପକ୍ଷରେ ଏକ ବାଇକକୁ ପୋଲିସ ଗିରଫଙ୍କ ଠାରୁ ଜବତ କରିଛି । ଏଥି ନେଇ ପୂର୍ବରୁ ଥାନାରେ ନଂ ୪୪୫/୨୨ରେ ମାମଲା ରୁଜୁ ହୋଇଥିଲା । ଉଦ୍ଧାର ସାମଗ୍ରୀ ଛାତ୍ରୀଙ୍କୁ ଶୁକ୍ରବାର ପୋଲିସ ଥାନାରେ ପ୍ରଦାନ କରାଯାଇଛି ବୋଲି ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି ।
ଫଟୋ: ପୋଲିସ ଦ୍ୱାରା ଉଦ୍ଧାର ସାମଗ୍ରୀକୁ ଛାତ୍ରୀଙ୍କୁ ଫେରସ୍ତ କରାଯାଉଛି ।

nis-ad
Leave A Reply

Your email address will not be published.