ପିସିସି ସଦସ୍ୟ ହେଲେ ସୁଜିତ୍ ସ୍ବାଇଁ

ବୁଗୁଡ଼ା(୨୩/୦୯) : ଦୀର୍ଘ ବର୍ଷ ପରେ ବୁଗୁଡ଼ା ବ୍ଲକର ଯୁବ ନେତା ସୁଜିତ୍ ସ୍ବାଇଁ ପିସିସିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଏଥି ପାଇଁ ସେ ସର୍ବ ପ୍ରଥମେ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା ଓ ଓଡିଶା ପିସିସି ସଭାପତି ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥି ସହ ପୂର୍ବରୁ କଂଗ୍ରେସର ଗଡ ଥିବା ବୁଗୁଡ଼ା ଏନ୍‌ଏସିରେ ପୁଣି କିପରି କଂଗ୍ରେସର ପୁନଃଉଦ୍ଧାର ହୋଇ ପାରିବ ସେନେଇ ଯଥାସାଧ୍ୟ ଉଦ୍ୟମ କରିବେ ଏବଂ ଜିଲ୍ଲା ସଭାପତି ଓ ରାଜ୍ୟ ସ୍ତରୀୟ ନେତାଙ୍କ ସହଯୋଗ ମିଳିଲେ ବୁଗୁଡ଼ା ବ୍ଲକରେ କଂଗ୍ରେସର ସ୍ଥିତି ମଜଭୁତ ହୋଇପାରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.