ରାମଣ୍ଡା ଗ୍ରାମରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ


ବୁଗୁଡା :୨୨/୦୯/୨୨ : ବୁଗୁଡା ବ୍ଲକର ଗୋଳାବନ୍ଧ ପଞ୍ଚାୟତ ଅନ୍ତର୍ଗତ ରାମଣ୍ଡା ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ବିଜେଡି ସଭାପତି ଇ.ମଦନ ଗୋପାଳ ଦୋରାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ କର୍ମୀଙ୍କୁ ଆହ୍ବାନ କରିଥିଲେ । ଏ ଅବସରରେ ରାମଣ୍ଡା ଗ୍ରାମର ଅଶ୍ବିନୀ ନାୟକ ଓ ଟୁକୁନା ପାତ୍ରଙ୍କ ନେତୃତ୍ବରେ ତାଙ୍କର ଶତାଧିକ ସମର୍ଥକ ବିଜୁ ଜନତା ଦଳରେ ସାମିଲ୍ ହୋଇଥିଲେ ଏବଂ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ମାଲ୍ୟାର୍ପଣ ପୂର୍ବକ ସ୍ବାଗତ କରାଯାଇଥିଲା । ଉକ୍ତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ କେ.ନୀଳମାଧବ ଆଚାରୀ , ବ୍ଲକ ଉପାଧକ୍ଷ ମାନସ ରଞ୍ଜନ ପ୍ରଧାନ, ଏନଏସି ଅଧକ୍ଷ ଚିତ୍ରସେନ ପ୍ରଧାନ, ଜିଲ୍ଲା ସଂପାଦକ ସୁଧାଂଶୁ ଶେଖର ପାଢ଼ୀ, ନଗର ସଭାପତି କେ.ତ୍ରିଲୋଚନ ଦୋରା, ସାଂସଦ ପ୍ରତିନିଧି ବସନ୍ତ ଦଳେଇ , ଉମା ଶଙ୍କର ଜେନା, ସମିତି ସଭ୍ୟ ଜିତେନ୍ଦ୍ର ସ୍ୱାଇଁ , ଟୁକୁନା ସ୍ୱାଇଁ, ଦୁର୍ଗା ମାଧବ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ବିଜେଡିର ବହୁ ସକ୍ରିୟ କର୍ମୀ ଉପସ୍ଥିତ ରହିଥିଲେ।

nis-ad
Leave A Reply

Your email address will not be published.