ବଡବନ୍ଧ ଗାର୍ଡୱାଲ ଦବିଲା ରାସ୍ତା ଫାଟିଲା, ନିମ୍ନ ମାନର କାମ ଅଭିଯୋଗ

ହିଞ୍ଜିଳିକାଟୁ (୨୨/୯) : ସରକାର ପଞ୍ଚାୟତ କୁ ପଞ୍ଚାୟତ ସଂଯୋଗୀକରଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା ଓ ମୁଖ୍ୟମନ୍ତ୍ରୀ ଗ୍ରାମସଡକ ଯୋଜନା ଭଳି ଅନେକ ଯୋଜନା କରିଛନ୍ତି। ସେଥିପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ନିମ୍ନମାନର କାମ ଯୋଗୁଁ କାମ ସରୁସରୁ ପୋଲ ଦବି ଯାଉଛି ,ଗାର୍ଡୱାଲ ଭୁଷୁଳି ପଡୁଛି ରାସ୍ତା ଫାଟିଯାଉଛି। ସେଭଳି ଅଭିଯୋଗ ଆସିଛି ହିଞ୍ଜିଳିକାଟୁ ବ୍ଳକ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଖରିଡା ଗ୍ରାମ ଵଡ ବନ୍ଧ ଗାର୍ଢ ଭୁଷୁଳିବା ସହ ବନ୍ଦ ଠାରୁ ନୁଆ ସାହି ରାସ୍ତା କାମ ନିମ୍ନ ମାନର ଗତ ୨୦୨୧/୨୨ ମସିହାରେ ୧୬ ଲକ୍ଷରୁ ଟଙ୍କା ବ୍ୟୟବିନିମୟରେ ହିଞ୍ଜିଳିକାଟୁ ବ୍ଳକ ଖରିଡା ଗ୍ରାମର ବଡ ବନ୍ଧ ଗାର୍ଡ ୱାଲ ନିର୍ମାଣ କରାଯାଇଥିଲ।ବର୍ତ୍ତମାନ ବଡ ବନ୍ଧ ଠାରୁ ନୁଆ ସାହି ରାସ୍ତା ଚାଲିଥିବା ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହୋଇଥିବା ରୁ ରାସ୍ତାରେ ଏକ ପାର୍ଶ୍ୱ ଦବି ଯାଇଛି। ଚାଲିଥିବା କାର୍ଯ୍ୟର ସୁଚନା ଫଳକ ନାହି ଅନ୍ୟ ପକ୍ଷରେ ବିଭାଗୀୟ ଅଧିକାରୀ ତଦାରଖ କରୁନଥିବା ଓ ସାଇଡରେ କେହି ରହୁନଥିବା ସହ ନିମ୍ନ ମାନର କାର୍ଯ୍ୟ ନେଈ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।କାମ ସରିବାର ୩ ମାସ ମଧ୍ୟରେ ବନ୍ଧ ଗାର୍ଡ ୱାଲ ଦବିବା ଓ କଙ୍କ୍ରିଟ ରାସ୍ତା ଫାଟିବା କାର୍ଯ୍ୟ ତଦାରଖ କରୁଥିବା ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏ ସର୍ମ୍ପକେ ହିଞ୍ଜିଳିକାଟୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡୀୟ ଯନ୍ତ୍ରୀ ଙ୍କ ସହ ଯୋଗାଯୋଗ କରିବାରେ ଫୋନକଲ ଉଠାଉ ନାହାନ୍ତି । ବିଭାଗୀୟ ଯନ୍ତ୍ରୀ କିମ୍ବା ସହକାରୀ ଯନ୍ତ୍ରୀଙ୍କ ହିଞ୍ଜିଳିକାଟୁ କାର୍ଯ୍ୟାଳୟ ରେ ପାଦ ପଡୁନଥିବା ଅଭିଯୋଗ କରିବାକୁ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ନିମ୍ନମାନର କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜନସାଧାରଣ ଦାବି କରିଛନ୍ତି। ନହେଲେ ଭାରି ଯାନ ଦୁର୍ଘଟଣା ଗ୍ରସ୍ତ ହୋଇ ଧନ ଜୀବନ ହାନୀ ଘଟିବା ସମ୍ଭାବନାରହିଛି ।

nis-ad
Leave A Reply

Your email address will not be published.