କମିଶନରେଟ୍‌ ପୋଲିସ ଚଢ଼ଉ; ୧୧ ନିଶା ବେପାରୀଙ୍କୁ କାବୁ କଲା ହ୍ୱାଇଟ ସ୍ପାଇଡର ଟିମ୍‌

ଭୁବନେଶ୍ୱର ୧୭/୦୯: ରାଜଧାନୀରେ କମିଶନରେଟ ପୋଲିସର ହ୍ଵାଇଟ୍ ସ୍ପାଇଡର ଟିମ୍‌ର ଚଢ଼ଉ। ଚଢ଼ଉ ସମୟରେ ୭ ଧଳା ଜହର ବେପାରୀ ଗିରଫ। ସେମାନଙ୍କ ପାଖରୁ ମୋଟ୍‌ ୫୭ ଗ୍ରାମ ଧଳା ଜହର ଜବତ ହୋଇଛି। ଧଳା ଜହର ବ୍ୟବସାୟ କରୁଥିବା ୭ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି। ସେହିପରି ଗଞ୍ଜେଇ ବ୍ୟବସାୟରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ହ୍ଵାଇଟ୍ ସ୍ପାଇଡର ଟିମ୍ ଗିରଫ କରିଛି। ଏମାନଙ୍କ ପାଖରୁ ପୋଲିସ ୪ କିଲୋ ୭୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଛି। ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଏନେଇ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.