ଚାଳକ ଦିବସ ପାଳିତ

ଫୁଲବାଣୀ : ଆଜି ପବିତ୍ର ବିଶ୍ୱକର୍ମା ପୂଜା ସହିତ ଚାଳକ ଦିବସ ପଡିଥିବାରୁ ମୋଟର ଚାଳକ ସଂଘ ତରଫରୁ ଧୁମ୍ ଧାମରେ ପାଳନ କରାଯାଇଛି l ଓଡିଶା ମୋଟର ଚାଳକ ସଙ୍ଘ ବାଲିଗୁଡା ଶାଖା ପକ୍ଷରୁ ଆଜି ସେପ୍ଟେମ୍ବର ୧୭ ତାରିଖକୁ ଚାଳକ ଦିବସ ରୂପେ ପାଳନ କରାଯାଇଛି l ଏହି ଅବସରରେ ଶାଖାର
ସଙ୍ଘ ତରଫରୁ ସମସ୍ତ ଚାଳକ ମାନଙ୍କୁ ସରକାରଙ୍କ ନୀୟମ ମାନି ମଦ୍ୟପାନ କରି ଗାଡି ନ ଚଲେଇବା ଦୃତଗତ୍ତିରେ ଗାଡ଼ି ଚାଳନା ,ଗାଡ଼ି ଚଳାଚଳ ସମୟରେ ମୋବାଇଲ ଫୋନ ବ୍ୟବହାର ନକରିବା ପାଇଁ ସଙ୍ଘ ତରଫରୁ ଚାଳକ ମାନଙ୍କୁ ସଚେତନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସଭାପତି ଅଭିରାମ ଦିଗାଲ ଉପ ସଭାପତି ମୋନଜ ଦିଗାଲ ସଙ୍ଘର ସଦସ୍ୟ ପବିତ୍ର ହଙ୍ଗ୍ସ ,ହୃଷିକେଶ ଦାସ ,ଲିଟୁପାତ୍ର,ସତ୍ୟ ପ୍ରିୟ ଦିଗାଲ ଏବଂ ସଙ୍ଘର ସମସ୍ତ ଚାଳକ ଓ କର୍ମ କର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ସମସ୍ତେ ଉପରୋକ୍ତ ସମସ୍ତ ନିୟମ ପାଳନ କରିବା ପାଇଁ ସପଥ ନେଇଥିଲେ l

nis-ad
Leave A Reply

Your email address will not be published.