କେନ୍ଦ୍ରକୁ ଚିଠି ଲେଖିଲେ ନବୀନ, ୧୬୦ ଜାତିକୁ ଅନୁସୂଚିତ ଜନଜାତି ବର୍ଗ ତାଲିକାରେ ସାମିଲ ପାଇଁ ଅନୁରୋଧ

ଭୁବନେଶ୍ବର: ରାଜ୍ୟ ସରକାର ଅନୁସୂଚିତ ଜନଜାତି ବର୍ଗ ତାଲିକାରେ ସାମିଲ ପାଇଁ ଦେଇଥିବା ବିଭିନ୍ନ ପ୍ରସ୍ତାବକୁ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଜନଜାତୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି। ସେ ଏହି ପତ୍ରରେ ଦର୍ଶାଇଛନ୍ତି ଯେ ୧୯୭୮ ମସିହା ପର ଠାରୁ ୧୬୦ଟି ଜାତିକୁ ଅନୁସୂଚିତ ଜନଜାତି ବର୍ଗର ତାଲିକାରେ ସାମିଲ କରିବା ରାଜ୍ୟ ସରକାର ପ୍ରସ୍ତାବ ଦେଇ ଆସିଛନ୍ତି। ଜନଜାତୀୟ ପରାମର୍ଶଦାତା ପରିଷଦର ଅନୁମୋଦନ କ୍ରମେ ଏହି ପ୍ରସ୍ତାବ ମାନ କେନ୍ଦ୍ର ଜନଜାତୀୟ ବ୍ୟାପାର ମନ୍ତ୍ରଣାଳୟକୁ ପଠାଯାଇଛି। ଏମାନଙ୍କ ମଧ୍ୟରୁ କିଛି ନୂଆ ଅଛନ୍ତି। ଅନ୍ୟଗୁଡିକ ବିଭିନ୍ନ ସବ ଟ୍ରାଇବ ସବସେଟ ରହିଥିବା ବେଳେ କିଛି ରାଜ୍ୟରେ ରହୁଥିବା ଜନଜାତି ବର୍ଗର ଲୋକମାନଙ୍କ ସହ ଉଚ୍ଚାରଣରେ ସାମାନ୍ୟ ଭିନ୍ନତା ହୋଇଥିବା କାରଣରୁ ସେମାନଙ୍କୁ ଏସଟି ମାନ୍ୟତା ମିଳି ପାରି ନାହିାଁ ତେଣୁ ସେମାନେ ଦୀର୍ଘ ଦିନ ଧରି ଐତିହାସିକ ଅନ୍ୟାୟର ସମ୍ମୁଖୀନ ହେଉଛନ୍ତି।

ସେ ଲେଖିଛନ୍ତି ଯେ ଏହି କାରଣରୁ ଏହି ଲମ୍ବିତ ପ୍ରସ୍ତାବ ଗୁଡିକ ଉପରେ ବିଚାର କରି ଏହି ଲୋକଙ୍କ ସହ ଅନ୍ୟାୟକୁ ଶୀଘ୍ର ଦୂର କରାଯାଉ।

nis-ad
Leave A Reply

Your email address will not be published.