ମନ୍ତ୍ରୀ ଉଷାଦେବୀଙ୍କ ଖରଣୀପଡା ପଞ୍ଚାୟତରେ ସମୀକ୍ଷା ବୈଠକ

ଚିକିଟି : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ଖରଣିପଡା ଗ୍ରାମ ପଞ୍ଚାୟତରେ ଶନିବାର ଅପରାହ୍ନରେ ଚିକିଟି ବିଧାୟିକା ତଥା ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଅଛି। ଉକ୍ତ ବୈଠକରେ ପାତ୍ରପୁର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶ କୁମାର ଦାଶଙ୍କ ସହ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଖରଣୀପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବହୁ ଜନସାଧାରଣ,ସମସ୍ତ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମି ଉପସ୍ଥିତ ଥିଲେ। ମନ୍ତ୍ରୀ ମହୋଦୟ ଚାଲିଥିବା ସମସ୍ତ ଉନ୍ନତି ମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଆଗାମୀ ଦିନରେ କିପରି ପଞ୍ଚାୟତର ସମସ୍ତ ହିତାଧିକାରୀ ମାନଙ୍କ ପାଖରେ ସରକାରଙ୍କ
ସମସ୍ତ ଉନ୍ନୟନ ମୂଳକ ଯୋଜନା ପହଞ୍ଚି ପାରିବ ସେ ନେଇ ଆଦେଶ ଦେଇଥିଲେ। । ଖରଣୀପଡା ଗ୍ରାମ ପଞ୍ଚାୟତରେ ଅବସ୍ଥିତ ପାଣିନାଳକୁ ପୁନରୁଦ୍ଧାର ଏବଂ ବାଡିଆବାଡ ନାଳରେ ବକ୍ସାଲ ବ୍ରିଜ ନିର୍ମାଣ ସକାଶେ ସରପଞ୍ଚ ଜିତେନ୍ଦ୍ର କୁମାର ପଣ୍ଡା ମନ୍ତ୍ରୀଙ୍କୁ ଲିଖିତ ଭାବେ ଦାବୀ ଜଣେଇଥିଲେ । ସମୀକ୍ଷା ବୈଠକରେ ସମିତିସଭ୍ୟା ଅମିତା ପ୍ରଧାନ,ରାମନାଥ ପାଣିଗ୍ରାହୀ, ବି.କୃଷ୍ଣମୂର୍ତ୍ତି ଓ ରିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ମନ୍ତ୍ରୀ ଆସୁଥିବା ଖବର ପାଇ ଖରଣୀପଡା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ପହଞ୍ଚି ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦାସ ସାହୁ ଓ ଜିଆରଏସ ରଜନୀକାନ୍ତ ମହାପାତ୍ର ପ୍ରମୁଖଙ୍କ ସହ ଅନ୍ୟମାନେ ବୈଠକ ପରିଚାଳନାରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.