ନିଆଁରେ ପୋଡି ଗୁରୁତର ଥିବା ଦମ୍ପତିଙ୍କ ମୃତ୍ୟୁ

ବୁଗୁଡ଼ା (୧୭/୦୯) : ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତ ଅନ୍ତର୍ଗତ ବଡତଣ୍ଡା ଗ୍ରାମରେ ନିଆଁରେ ପୋଡି ସ୍ତ୍ରୀ ପଦ୍ମାବତୀ ଜାନି ଓ ସ୍ବାମୀ ରାଜକୁମାର ଜାନି ଉଭୟେ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ଏବଂ ପରେ କଟକକୁ ସ୍ଥାନାନ୍ତର ହୋଇଥିବା ବେଳେ ଆଜି ସକାଳେ ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ଗତ ୧୨ ତାରିଖ ରାତିରେ ପଦ୍ମାବତୀ କାଠଚୁଲିରେ ରୋଷେଇ କରୁଥିବା ବେଳେ ଅସାବଧାନତା ବଶତଃ ସେ ପିନ୍ଧିଥିବା ଲୁଗାରେ ନିଆଁ ଲାଗି ଯାଇଥିଲା । ସେ ଚିତ୍କାର କରିବାରୁ ରାଜକୁମାର ଦୌଡି ଆସି ନିଆଁକୁ ଲିଭାଇବା ବେଳେ ତାଙ୍କ ପୋଷାକରେ ମଧ୍ୟ ନିଆଁ ଲାଗି ଯାଇଥିଲା । ଫଳରେ ଦୁହିଁଙ୍କ ଦେହର ଅର୍ଦ୍ଧାଧିକ ଅଂଶ ପୋଡି ଯାଇଥିଲା । ସେ ଦୁହିଁଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା । ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ପ୍ରାଥମିକ ଚିକିତ୍ସା କରି ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ପରେ ସେମାନେ ୧୪ ତାରିଖରେ କଟକ ମେଡିକାଲକୁ ଯାଇଥିଲେ । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଥିବା ବେଳେ ଆଜି ସକାଳ ୬ଟାରେ ସ୍ତ୍ରୀ ପଦ୍ମାବତୀ ଏବଂ ୧୦ଟାରେ ସ୍ବାମୀ ରାଜକୁମାରଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି ।

nis-ad
Leave A Reply

Your email address will not be published.