କୁଅରୁ ୫ ଫୁଟିଆ ନାଗ ସାପ ଉଦ୍ଧାର

ବୁଗୁଡ଼ା (୧୭/୦୯) : ବୁଗୁଡ଼ା ବ୍ଲକ ଗୋଲିଆ ପଞ୍ଚାୟତ ଅନ୍ତର୍ଗତ ଲେମ୍ୱୁ ବଗିଚା ଗାଁର ବୁଲୁ ଗୌଡ଼ଙ୍କ ଘର ବାରିପଟ କୁଅରୁ ୫ ଫୁଟିଆ ନାଗ ସାପଟିଏ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ଆଜି ଅପରାହ୍ନରେ ବୁଲୁଙ୍କ ପରିବାର ଲୋକେ କୁଅରୁ ପାଣି ବାହାର କରିବା ବେଳେ କୁଅ ଭିତରେ ଥିବା ଏକ ନାଗ ସାପ ଦଉଡିରେ ଗୁଡାଇ ହୋଇ ଯାଇଥିଲା । ଭୟଭୀତ ହୋଇ ପାଟି କରିବା ପରେ ସାହି ପଡିଶା ଲୋକେ ଜମା ହୋଇଥିଲେ ହେଁ ସାପଟିକୁ କୁଅରୁ ବାହାର କରିବାକୁ କେହି ହେଲେ ସାହସ ଜୁଟାଇ ପାରିନଥିଲେ । ଏ ନେଇ ସ୍ନେକ୍ କ୍ଯାଚର୍ ହରିଶ୍ ପାଢୀଙ୍କୁ ଖବର ଦେବାରେ ସେ ଘଟଣା ସ୍ଥଳରେ ପହଞ୍ଚି ନାଗ ସାପଟିକୁ କୌଶଳରେ କୁଅରୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ବିଷଧର ନାଗ ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାଯାଇଛି ।

nis-ad
Leave A Reply

Your email address will not be published.