କଣ୍ଟାବାଞ୍ଜି ଲଜ୍‌ରୁ ୬୦ ଲକ୍ଷ ଜବତ ଘଟଣା, ଗିରଫ ସାତ ଜଣଙ୍କୁ ଛାଡିଲା ପୋଲିସ

କଣ୍ଟାବାଞ୍ଜି ୧୭।୦୯: କଣ୍ଟାବାଞ୍ଜି ଲଜ୍‌ରୁ ୬୦ ଲକ୍ଷ ଜବତ ଘଟଣା । ମାମଲାରେ ଗିରଫ ସାତ ଜଣଙ୍କୁ ରାତିରେ ଛାଡିଲା ପୋଲିସ । ଜବତ ଟଙ୍କାର ପରିମାଣ ଅଧିକ ହେବ ବୋଲି ଅଭିଯୋଗ ପରେ ଏସ୍‌ପି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଖବର ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ପୋଲିସ ଅନ୍ନପୂର୍ଣ୍ଣା ଲଜ୍‌ରେ ଚଢାଉ କରିଥିଲେ । ଏହି ଚଢାଉରେ ୬୦ଲକ୍ଷ  ଟଙ୍କା  ଜବତ ସହ ୭ଜଣ ଜୁଆ ଖେଳୁଥିବା ଅଭିଯୋଗରେ ଗିରଫ କରିଥିଲେ । ଗିରଫ ୭ ଜଣ ବାହାର ରାଜ୍ୟର ବୋଲି ଜଣାପଡିଥିଲା । ସେମାନେ ଇଟାଭାଟି ମାଲିକ ବୋଲି ଚର୍ଚ୍ଚା ହେଉଥିବା ବେଳେ ପୋଲିସ ତାଙ୍କୁ ଜୁଆଡି ସଜାଇଥିବା ଅଭିଯୋଗ ହେଉଥିଲା । ତେବେ ଗିରଫ ୭ ଜଣଙ୍କୁ ରାତିରେ ବ୍ୟକ୍ତିଗତ ମୁକାଳିକାରେ ଛାଡିଦେଇଛି ପୋଲିସ ।  ଅନ୍ୟ ପକ୍ଷରେ ଜବତ ଟଙ୍କା ପରିମାଣ ମଧ୍ୟ ଅଧିକ ହେବ ବୋଲି ଅଭିଯୋଗ ପରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ  କ୍ରମେ ଅତିରିକ୍ତ ଏସପି କଣ୍ଟାବାଞ୍ଜି ଥାନା ପହଞ୍ଚି ଅଧିକ ତଦନ୍ତ କରିଥିଲେ । ବର୍ତମାନ ସୁଦ୍ଧା କୌଣସି ଅଧିକାରୀ ଏନେଇ କୌଣସି ସୂଚନା ଦେଇନାହାନ୍ତି ।

nis-ad
Leave A Reply

Your email address will not be published.