ଏନ୍ ୱାଇ କେ ପକ୍ଷରୁ ବିକାଶ ଦିବସ ପାଳିତ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବନ୍ଧଗଡ଼ ପଂଚାୟତର ଯାମପାଖଳ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବିକାଶ ଦିବସ ପାଳିତ ହୋଇ ଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଭୃଙ୍ଗିଯୋଡି ଗ୍ରାମ ପଂଚାୟତ ର ସରପଞ୍ଚ ସୁଭଦ୍ରା କହଁର ଯୋଗ ଦେ ଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ,ସମିତି ସଭ୍ୟ ବିରଞ୍ଚି ମଲ୍ଲିକଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ,ସ୍ୱେଚ୍ଛାସେବୀ ସୋନାଲି ଡିଗାଲ, ରୀତିମା ବାଘ, ଚନ୍ଦ୍ରମଣି ଦେହୁରୀ, ସୁଭଦ୍ରା ମଲ୍ଲିକ, ସୁଭଦ୍ରା କହଁର ଯୋଗ ଦେଇ ଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଯୁବକ ସଙ୍ଘର ସଭ୍ୟ ସଭ୍ୟା,ନେହରୁ ଯୁବ କେନ୍ଦ୍ର ର ସ୍ୱେଚ୍ଛାସେବୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କରିଥିଲେ l ଏହି ଦିବସରେ ଆଲୋଚନାଚକ୍ର,ପଦଯାତ୍ରା, ସ୍ଵଛ ଭାରତ, ବୃକ୍ଷ ରୋପଣ ଇତ୍ୟାଦି କାର୍ଯ୍ୟକ୍ରମ ହୋଇଥିଲା l ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସର ମୁଖ୍ୟ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭ ଉଣୀ ମାନଙ୍କୁ ଅବଗତ କରାଇଥିଲେ l ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସ୍ୱେଚ୍ଛାସେବୀ ସୋନାଲି ଦିଗାଲ ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ସ୍ୱାଗତ କରିଥିବା ବେଳେ ସୁଭଦ୍ରା କହଁର ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରି ଥିଲେ l

nis-ad
Leave A Reply

Your email address will not be published.