ନ୍ୟାୟପାଳିକା ସହ ଯୋଡ଼ି ହେଲା ନୂଆ ଅଧ୍ୟାୟ, ଲାଗୁ ହେଲା ପେପର ଲେସ୍ ବ୍ୟବସ୍ଥା

କଟକ : ନ୍ୟାୟପାଳିକା ସହ ଯୋଡ଼ି ହେଲା ଏକ ନୂତନ ଅଧ୍ୟାୟ । ଜିଲ୍ଲାସ୍ତରୀୟ ଆଇନ୍ ଅଦାଲତ ଗୁଡିକରେ ଆଜିଠାରୁ ଲାଗୁ ହେଲା ପେପର ଲେସ୍ ବ୍ୟବସ୍ଥା ।

ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ଏହି ପେପର ଲେସ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । କଟକ ସ୍ଥିତ ଜୁଡ଼ିସିଆଲ ଏକାଡେମୀ ପରିସରରେ ଏନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏହା ଜରିଆରେ ରାଜ୍ୟର ୩୦ ଜିଲ୍ଲାରେ ଚାଲିବ ପେପର ଲେସ୍ କୋର୍ଟ । ସମସ୍ତ ଜିଲ୍ଲା କୋର୍ଟରେ ଆଜିଠାରୁ କାର୍ଯ୍ୟକାରୀ ହେଲା ଏହି ବ୍ୟବସ୍ଥା ।

nis-ad
Leave A Reply

Your email address will not be published.