ପଥରରେ ଛେଚି ଯୁବକଙ୍କୁ ହତ୍ୟା

ଜଟଣୀ : ଜଟଣୀରେ ବିଭତ୍ସ ହତ୍ୟା । ଜଣେ ଯୁବକଙ୍କ ବେକକୁ କାଟି ପଥରରେ ଛେଚି ହତ୍ୟା କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ମିଲ୍‌ ପୋଖରୀ ନିକଟରୁ ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଜଟଣୀ ଗଜପତି ନଗର ଅଞ୍ଚଳର ଜି.ଇଶ୍ୱର ରାଓ । ସେ ଜଟଣୀ ସୀତାରାମ ଛକ ନିକଟରେ ଏକ ସେଲୁନ ଦୋକାନ କରିଛନ୍ତି । କିନ୍ତୁ ଗତ ତିନି ଦିନ ହେବ ସେ ନିଖୋଜ ଥିଲେ । ବହୁ ଖୋଜା ଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ପରିବାର ଲୋକେ ଏନେଇ  ଥାନାରେ ଅଭିଯୋଗ କରିଥିଲେ । ଏହାପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ଏବେ  ଜଟଣୀ ଥାନା ମିଲ୍‌ ପୋଖରୀ ନିକଟରୁ ମୃତଦେହ ଠାବ ହୋଇଛି । ପ୍ରଥମେ ତାଙ୍କ ବେକକୁ କାଟି ପରେ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।

ତେବେ ଜି.ଇଶ୍ୱର ରାଓଙ୍କୁ ହତ୍ୟା ପଛର କାରଣ ଏବେବି ଅସ୍ପଷ୍ଟ ରହିଛି । କିନ୍ତୁ ପରିକ୍ରୀୟପ୍ରୀତିରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଆବଶ୍ୟକପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନିଆଯିବାର ସୂଚନା ରହିଛି ।

nis-ad
Leave A Reply

Your email address will not be published.