ବୁଗୁଡ଼ାରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ଅନୁଷ୍ଠିତ

ବୁଗୁଡା (୧୭/୦୯) : ବୁଗୁଡ଼ା ଅଞ୍ଚଳର ବିଭିନ୍ନ କାର୍ଯାଳୟ ଏବଂ ପ୍ରତିଷ୍ଠାନରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ମହା ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବାଘୁଆ ଜଳସେଚନ ପ୍ରକଳ୍ପ କାର୍ଯାଳୟରେ ଭଗବାନ ବିଶ୍ବକର୍ମାଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମନୋଜ କୁମାର ଦାଶ ପୁରୋହିତ ଭାବେ ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ଏବଂ କର୍ତ୍ତା ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ ଦାୟିତ୍ୱ ନିର୍ବାହ କରିଥିଲେ । ସେହିପରି ଗଞ୍ଜାମ ଡିଷ୍ଟ୍ରିକ୍ଟ ପ୍ଲମ୍ବର୍ ଓ୍ବାର୍କମେନ୍ସ ଆସୋସିଏସନ ବୁଗୁଡ଼ା ଶାଖା ପକ୍ଷରୁ ଆୟୋଜିତ ବିଶ୍ବକର୍ମା ପୂଜାରେ ପୁରୋହିତ ଭାବେ ପ୍ରଶାନ୍ତ କୁମାର ଦାଶ ଓ କର୍ତ୍ତା ଭାବେ କୃଷ୍ଣ ଚନ୍ଦ୍ର ଦାଶ ଯୋଗ ଦେଇଥିଲେ ।

ଏଥି ସହ ନିକଟସ୍ଥ ଷୋଳମଇଲି ଠାରେ ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗ ଏବଂ ବିଦ୍ୟୁତ୍ ବିଭାଗ ପକ୍ଷରୁ ସ୍ବ ସ୍ବ କାର୍ଯାଳୟ ପରିସରରେ ଠାକୁର ବିଶ୍ବକର୍ମାଙ୍କ ପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସେହିପରି ଘୁମୁସର ତାଲୁକା ବିଶ୍ବକର୍ମା ସମାଜ ପକ୍ଷରୁ ବାଲିପଦର ଗ୍ରାମସ୍ଥ ବିଶ୍ଵକର୍ମା ଭବନ ପରିସରରେ ଆୟୋଜିତ ବିଶ୍ବକର୍ମା ପୂଜା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ , ସମ୍ମାନିତ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ , ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଯୋଗ ଦେଇ ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟପକ୍ଷରେ ସ୍ଥାନୀୟ ତାରିଣୀ ମୋଟର୍ସ , ହରିଆନା ଷ୍ଟିଲ୍ ଓ୍ବାର୍କ୍ସ , ସୋନୁ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର, ଭାରତ ରେଫ୍ରିଜେସନ୍ ଏଣ୍ଡ୍ ଇଲେକ୍ଟ୍ରିକାଲ୍ ଓ୍ବାର୍କ୍ସ ଆଦି ପ୍ରତିଷ୍ଠାନ ସମେତ ବିଭିନ୍ନ ଯାନବାହାନ ଗ୍ଯାରେଜ ଏବଂ କଳକାରଖାନା ଗୁଡିକରେ ମଧ୍ୟ ବିଶ୍ବକର୍ମାଙ୍କ ପୂଜା ବିଧିବିଧାନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି ।

nis-ad
Leave A Reply

Your email address will not be published.