ଲଘୁଚାପ ବର୍ଷାରେ ଭାଙ୍ଗି ଯାଇଥିବା ନଦୀବନ୍ଧ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଉଷାଦେବୀ

ପାତ୍ରପୁର-ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଲଗାଣ ବର୍ଷା ହେବାଫଳରେ ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀ ପଞ୍ଚାୟତ ଭୀମପୁର ଗ୍ରାମ ନିକଟ ବଗିନଦୀ କେନାଲରେ ନିର୍ମିତ ନଦୀବନ୍ଧ ଭାଙ୍ଗିଯାଇଥିଲା ବେଳେ ଆଜି ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ଶ୍ରୀମତୀ ଉଷାଦେବୀ ଉକ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିଥିଲେ।ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଗିନଦୀ କେନାଲ୍ ରେ ପ୍ରବଳ ପାଣି ଆସିବାରୁ ଏହି କେନାଲ ଉପରେ ନିର୍ମିତ ନଦୀବନ୍ଧ ଭାଙ୍ଗି ଯିବାହେତୁ ଏହାକୁ କୁ ଲାଗି ରହିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ମଧ୍ୟ କ୍ଷତିଗ୍ରସ୍ତ ହୋଇଯାଇଛି। କେନାଲ ନଦୀବନ୍ଧ ଭାଙ୍ଗିଯିବା ଫଳରେ କେନାଲ ରେ ଆଉ ପାଣି ରହୁନାହିଁ ତେଣୁ ଭୀମପୁର ଗାଆଁର ଶହ ଶହ ଏକର ଚାଷ ଜମି ପାଣି ପାଇବାରୁ ବଞ୍ଚିତ ହେବେ ବୋଲି ଅନୁମାନ କରାଯାଉଛି। ଯାହାକୁ ନେଇ ଆଜି ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ଉକ୍ତ ଅଞ୍ଚଳ ରେ ପହଞ୍ଚି ଭାଙ୍ଗି ଯାଇଥିବା ନଦୀବନ୍ଧ ପରିଦର୍ଶନ କରି ଏହାର ସ୍ଥିତି ସମ୍ପର୍କରେ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିବା ସହ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ। ତୁରନ୍ତ ଅସ୍ଥାୟୀ ଭାବେ ଉକ୍ତ ନଦୀବନ୍ଧ କୁ ମରାମତି କରିବା ସହ କେନାଲ ର ଏକ ସର୍ଭେ ରିପୋର୍ଟ ପ୍ରସ୍ତୁତ କରି ଉଭୟ ତଳ ଓ ଉପର ମୁଣ୍ଡରେ ଥିବା ଚାଷୀମାନଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ସ୍ଥାୟୀ ପ୍ରତିକାର କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଗୁରୁ ପ୍ରସାଦ ପୃଷ୍ଟି,ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀ କାନ୍ତ ତ୍ରିପାଠୀ,ଏସଡିଓ ସୁନିତା କୁମାରୀ ଜେନା, ସହାୟକ ଯନ୍ତ୍ରୀ ସୁରେଶ ଚନ୍ଦ୍ର ଜେନା, ବରିଷ୍ଠ ସଂଗଠକ ସୁରେନ୍ଦ୍ର ମଣ୍ଡଳ,ବି କ୍ରିଷ୍ଣାମୃତି,କିଶୋର ଚନ୍ଦ୍ର ପଣ୍ଡା ପ୍ରମୁଖ ଙ୍କ ସମେତ ବହୁ ଚାଷୀ ଉପସ୍ଥିତ ରହିଥିଲେ।

nis-ad
Leave A Reply

Your email address will not be published.