ବୁଗୁଡ଼ା ଥାନାରେ କାର୍ଯ୍ୟରତ କନଷ୍ଟେବଳଙ୍କ ଅକାଳ ବିୟୋଗ

ବୁଗୁଡ଼ା (୧୬/୦୯) : ବୁଗୁଡ଼ା ଥାନାରେ କାର୍ଯ୍ୟରତ ଥିବା ଓଏସଏପି କନଷ୍ଟେବଳ ରମାକ ରଞ୍ଜନ ଖେସ(୩୧ )ଙ୍କ ଅକାଳ ବିୟୋଗ ଘଟିଛି l ରମାକ ରଞ୍ଜନ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନର କର୍ମଚାରୀ ଥିଲେ l ସେ ଗତ ଅଗଷ୍ଟ ୧୪ ତାରିଖରେ ବୁଗୁଡ଼ା ଥାନାକୁ ଆସିଥିଲେ l ଗତକାଲି ସନ୍ଧ୍ୟାରେ ହଠାତ ତାଙ୍କର ରକ୍ତ ଚାପ ବଢ଼ି ଯିବାରୁ ତାଙ୍କର ମସ୍ତିକାଘାତ (ବ୍ରେନ ହେମରେଜ ) ଯୋଗୁଁ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ବୁଗୁଡ଼ା ମେଡିକାଲକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା l ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ଭୋର ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା l ପରିବାର ଲୋକେ
ମେଡିକାଲରେ ପହଞ୍ଚିବା ପରେ ତାଙ୍କ ଶବକୁ ହସ୍ତାନ୍ତର କରାଯାଇଥିଲା l ରମାକ ରଞ୍ଜନଙ୍କ ପୈତୃକ ଘର ସମ୍ବଲପୁର ଜିଲ୍ଲା ମହୁଲ ପଲ୍ଲୀ ଥାନା ଅନ୍ତର୍ଗତ କିମବାଗ ଗ୍ରାମରେ ହୋଇଥିବା ବେଳେ ସେ ଗତ ଜାନୁୟାରୀ ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ l ତାଙ୍କର ଅକାଳ ବିୟୋଗରେ ବୁଗୁଡ଼ା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ସମେତ ଥାନାର ସମସ୍ତ ଅଫିସର ଓ କର୍ମଚାରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଦିବଂଗତ କନଷ୍ଟେବଳଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି l

nis-ad
Leave A Reply

Your email address will not be published.