ଗଞ୍ଜାମ ଜିଲ୍ଲା ରେ ରାଜନୈତିକ ହିଂସା,ଗଡିଲା ମୁଣ୍ଡ କଂଗ୍ରେସ ନେତା ରାଜୁ ରେଡିଙ୍କୁ ହତ୍ୟା…


ହିଞ୍ଜିଳିକାଟୁ, ତା ୭ /୧୦: ରବିବାର ରାତ୍ର ପ୍ରାୟ ସାଢେ ୧୦ ଘଣ୍ଟା ସମୟରେ ହିଞ୍ଜିଳି ଥାନା ବଡଖଣ୍ଡି ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ବ୍ରହ୍ମପୁର ସଦର ଥାନା ସାତପହଣ୍ଡିଆ ଗ୍ରାମର ରାଜେନ୍ଦ୍ର ରେଡି (୫o) । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଂଚଳରେ ରାଜନୈତିକ ଶତ୍ରୁତାରୁ ଗଡିଲା ମୁଣ୍ଡ। ବୋଉଳଝୋଳୀ ପଞ୍ଚାୟତ ପୂର୍ବତନ ନାଏବ ସରପଂଚ ତଥା କଂଗ୍ରେସ ନେତା ରାଜୁ ରେଡି (୫୦)ଙ୍କୁ ବିଭତ୍ସ ହତ୍ୟା କରାଯାଇଛି, ବ୍ରହ୍ମପୁରରୁ ତାଙ୍କ ଘର ସାତପାଣ୍ଡିଆ ଫେରୁଥିବା ବେଳେ ରାତିରେ କଞ୍ଚୁଡୁ ଛକରେ କିଛି ଦୁବୃର୍ତ୍ତ ତାଙ୍କୁ ଅଟକାଇଥିଲେ। ସେ ଗାଡ଼ି ଛାଡ଼ି ଦୌଡ଼ିବାରୁ ବିଲ ଭିତରେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ହାଣି ହତ୍ୟା କରିଛନ୍ତି। ବେକରେ ବାରମ୍ବାର ଖଣ୍ଡା ରେ ଚୋଟ ପକାଇ ମୁଣ୍ଡ ଅଲଗା କରିବାକୁ ଉଦ୍ୟମ କରିଛନ୍ତି ହତ୍ୟାକାରୀ। ତାଙ୍କ ପେଟକୁ ବି କୌଣସି ମାରଣା ଅସ୍ତ୍ର ସାହାଯ୍ୟ ରେ ଭୁଷା ଯାଇଛି, ଶରୀର ଅନେକ ଜାଗାରେ କ୍ଷତ ବିକ୍ଷତ ହୋଇଛି ଯାହାକି ଅତି ନିର୍ମମ ଭାବେ ତାଙ୍କୁ ହତ୍ୟା କରାଯାଇଛି । ରାଜନୈତିକ ଶତ୍ରୁତାରୁ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ସମର୍ଥକ ମାନେ । ରାଜନୈତିକ ଶତ୍ରୁତାରୁ କିଛି ଦିନ ହେଲା

ବିରୋଧୀ ତାଙ୍କୁ ଟାର୍ଗେଟ କରି ଆସୁଥିଲେ ଆଜି ରାତି ପ୍ରାୟ ୧o ଟାରେ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଖପାଖ ଅଂଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୁଲିସ। ଖବର ପାଇ ଆସିକା ଏସଡିପିଓ ସଞ୍ଜୟ କୁମାର ମହାପାତ୍ର, ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି, ଶେରଗଡ଼ ଥାନା ଆଇଆଇସି ବରେନ୍ଦ୍ର ସିଅଳଙ୍କ ସମେତ ପୁଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ରାଜେନ୍ଦ୍ର ଙ୍କ ମୃତଦେହକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ଘଟଣା ସ୍ଥଳରୁ ପୁଲିସ ୨ଟି ମୋଟର ସାଇକେଲ ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ। ସାଇଣ୍ଟିଫିକ ଟିମ୍ ଓ ସନ୍ଧାନି କୁକୁର ସହାୟତାରେ ଘଟଣାର ତଦନ୍ତ କରାଯିବ ବୋଲି ପୁଲିସ କହିଛି । ଗଞ୍ଜାମ ଜିଲ୍ଲା ରେ ନୂତନ ଆରକ୍ଷୀ ଅଧିକାରୀ ଯୋଗ ଦେଉ ଦେଉ ନୁଆଁ ଚାଲେଞ୍ଜ ସୃଷ୍ଟି କରିଛି ଆଗକୁ ଅନେକ ମୁଣ୍ଡ ଗଡ଼ିବା ସମ୍ଭାବନା କୁ ଏଡ଼ାଇ ଦେଇ ହେବନି l ମୁଖ୍ୟତଃ ଆସିକା, କୋଦଳା, ଖଲ୍ଲିକୋଟ, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ଏବଂ ଭଞ୍ଜନଗର ଥାନା ଅଞ୍ଚଳ ଅତି ସ୍ପର୍ଶକାତର ଅଞ୍ଚଳ, ଏଠାରେ ରାଜନୈତିକ ହିଂସା ଲାଗି ରହିଛି କେତେବେଳେ କିଛିବି ଘଟି ପାରେ ଦେଖା ଯାଉ ପୋଲିସ କିପରି ପଦକ୍ଷେପ ନେଉଛି ତାହା ସମୟସାଫେକ୍ଷ୍ୟ…

nis-ad
Leave A Reply

Your email address will not be published.