ବ୍ଲକସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ


ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ପରିସରରେ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ମୋଟ ୩୩୨ ଜଣ ବେକାର ଯୁବକ ଯୁବତୀ ପଞ୍ଜିକୃତ କରି ଶିବିର ରେ ଯୋଗ ଦେଇଥିଲେ l ସେଥି ମଧ୍ୟରୁ ୨୫୫ ଜଣ ପିଲା ବିଭିନ୍ନ ପିଆଇ ସହିତ ଟାଗ ହୋଇ ଟ୍ରେନିଂ ନେବାକୁ ନିଷ୍ପତ୍ତି ନେଇଥିଲେ l ଉକ୍ତ ଶିବିରରେ ମୁଖ୍ଯ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ଉପାଧ୍ୟକ୍ଷ ଅମିତ ଦିଗାଲ,ବ୍ଳକ ଉନ୍ନୟନ ଅଧିକାରୀ ଅନୁପମା ଘୋଷ, ଏବିଡିଓ ସଲୀଲ ଦାସ, ଡିସି ଓ ଆର ମା ସ କନ୍ଧମାଳ ଭବାନୀ ଶଙ୍କର ଦାସ, ପିଏ ସନମ ବେହେରା, ବି ଏସ ଏସ ଓ ମନୋଜ କୁମାର ସାହୁ, ବି ପି ଏମ ୱାଇ ସି – ଓ ସି ଏମ ସନାତନ ମଲ୍ଲିକ, ଏସ୍ ଡି ସି ଦୀପ୍ତିମୟୀ ପ୍ରଧାନ, ବିଏଲସି ପ୍ରକାଶ କୁମାର ଦିଗାଲ, ଡି ଇ ଓ, ଓ ସି ଏମ ପଙ୍କଜ କୁମାର ପ୍ରଧାନ, ଡି ଏଲ୍ ଟି ବସନ୍ତ କୁମାର ପ୍ରଧାନ, ସମସ୍ତ ଜି ପି କେଡର ଏମ ବି କେ, ସି ଆର ପି, ଏବଂ ଅନ୍ୟାନ୍ୟ ପଞ୍ଚାୟତ ସମିତିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.