ବଟେଶ୍ୱର ସମୁଦ୍ରରେ ବୁଡ଼ି ଜଣେ କଲେଜ ଛାତ୍ରର ମୃତ୍ୟୁ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ହୁମ୍ମା ବଟେଶ୍ୱର ସମୁଦ୍ର ବେଳାଭୂମି କୁ ବୁଲିବାକୁ ଯାଇ ରବିବାର ସମୁଦ୍ରରେ ଗାଧୋଉଥିବାବେଳେ ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି । ମୃତକଙ୍କୁ ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରାଯାଉଛି । ମୃତକ ଜଣକ ହେଲେ ଛତ୍ରପୁର ସହରାଞ୍ଚଳ ରିକାପଲ୍ଲୀ ବିନୋଦ ବିହାର ସାମ୍ନାରେ ରହୁଥିବା ସୀତାରାମ ସାହୁ ଙ୍କ ଏକ ମାତ୍ର ପୁତ୍ର ଅଭିଷେକ ସାହୁ, (୧୭) ବୋଲି ଜଣାଯାଇଛି । ଅଭିଷେକ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ପ୍ରଥମ ବର୍ଷ ଯୁକ୍ତ ଦୁଇ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ରବିବାର ମଧ୍ୟାହ୍ନ ବେଳକୁ କିଛି ଜଣ ସାଙ୍ଗ ସାଥୀ ଙ୍କ ସହ ଅଭିଷେକ ବଟେଶ୍ୱର ସମୁଦ୍ର କୁ ବୁଲିବାକୁ ଯାଇ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ବୋଲି କୁହାଯାଏ । ମୃତକଙ୍କ ସପରିବାର ଏହା ଶୁଣି ଛତ୍ରପୁର ହସ୍ପିଟାଲ କୁ ଧାଇଁ ଆସିଥିଲେ, ମୃତ ଅଭିଷେକ ଙ୍କ ଶବ ଦେଖି ବୁକୁ ଫଟା କ୍ରନ୍ଦନର ରୋଳରେ ସ୍ଥାନଟି ଶୋକାକୁଳମୟ ପରିବେଶ ସୃଷ୍ଟି ହୋଇଯାଇଛି ।

nis-ad
Leave A Reply

Your email address will not be published.