କୃଷି ବିଭାଗରେ ଖାଲି ଥିବା ପଦବୀ ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମାଲକାନଗିରି ବିଧାୟକ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କୃଷି ବିଭାଗରେ ୭ଟି ବ୍ଲକରେ ଖାଲିଥିବା ୭ଟି ମଞ୍ଜୁରି ପ୍ରାପ୍ତ (AHO ) ସହକାରୀ ଉଦ୍ୟାନ କୃଷକ ଅଧିକାରୀ ପଦବୀ ରହିଥିବା ବେଳେ କାଲିମେଳା ଓ ପଡ଼ିଆ ବ୍ଲକରେ ଏହି ପଦବୀ ଖାଲି ପଡ଼ିଛି, ସେହିପରି ୭ଟି ବ୍ଲକରେ ୧୪ଟି (HEW ) ଉଦ୍ୟାନ କୃଷି ସମ୍ପ୍ରସାରଣ କର୍ମୀ ପଦବୀ ରହିବା ପରିବର୍ତ୍ତେ ୧୧ଟି ପଦବୀ ଖାଲି ପଡ଼ିଛି। ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି ନିଜ ଅଞ୍ଚଳ ଗସ୍ତରୁ ଜାଣିବାକୁ ପାଇଲେ ମାଲକାନଗିରି ଜିଲ୍ଲାରେ କୃଷି ଉଦ୍ୟାନ ବିଭାଗରେ ଅନେକ ଗୁଡିଏ ପଦବୀ ଖାଲି ପଡ଼ିଛି। ଏଣୁ ବିଧାୟକ ଶ୍ରୀ ମାଡ଼କାମି ଦୁଇଟି AHO, ସହକାରୀ ଉଦ୍ୟାନ କୃଷକ ଅଧିକାରୀ ୧୧ଟି HEW ଉଦ୍ୟାନ କୃଷି ସମ୍ପ୍ରସାରଣ କର୍ମୀ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହି ପଦବୀ ଗୁଡିକରେ ନିଯୁକ୍ତି ହେଲେ ମାଲକାନଗିରି ଜିଲ୍ଲାବାସୀଙ୍କ ଆଶା ପୁରଣ ହୋଇପାରିବ ।

nis-ad
Leave A Reply

Your email address will not be published.