“ମୋ ଗେହ୍ଲା ଝିଅ” ଓ “ନିର୍ଭୟା କଢି” କାର୍ଯ୍ୟକ୍ରମ

ବୁଗୁଡ଼ା (୧୪/୦୯) : ବୁଗୁଡ଼ା ବ୍ଲକର ଗୌଡିଆବୋରଦା ଗ୍ରାମର ଅଙ୍ଗନୱାଡି କେନ୍ଦ୍ର-୨ରେ “ମୋ ଗେହ୍ଲା ଝିଅ” ଓ “ନିର୍ଭୟା କଢି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମରେ ସରପଞ୍ଚ ସୁନ୍ଦରୀ ମହରଥା ମୁଖ୍ୟ ଅତିଥି ରୂପେ ଯୋଗଦେଇ ନବଜାତ ଶିଶୁକନ୍ୟାଙ୍କ ପରିବାରକୁ ଉତ୍ସାହିତ କରିବା ସହ ପଞ୍ଚାୟତକୁ ସମ୍ପୂର୍ଣ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଅଭିଭାବକ ମାନଙ୍କୁ ଅନୁରୋଧ କରିଥିଲେ । ଏଥିସହିତ କନ୍ୟାଭ୍ରୂଣ ହତ୍ୟା, ଶିଶୁ ଶ୍ରମିକ ପ୍ରଥାକୁ ବନ୍ଦ କରିବା ପାଇଁ ସେ ଆହ୍ବାନ ଦେଇଥିଲେ । ଏ ଅବସରରେ ନବଜାତ ଶିଶୁ କନ୍ୟାଙ୍କୁ ନୂତନ ପୋଷାକ ପ୍ରଦାନ କରି ବନ୍ଦାପନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ପରିଦର୍ଶିକା ମମତା ଶବରଙ୍କ ସମେତ ପଞ୍ଚାୟତର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରର କର୍ମୀଗଣ ଏବଂ କିଶୋରୀ ବାଳିକାମାନେ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.