ଟିପିଏସଓଡିଏଲ ପକ୍ଷରୁ ସଠିକ ଚାଲୁଥିବା ଉପଭୋକ୍ତାଙ୍କ ମିଟର ପରିବର୍ତ୍ତନ ବନ୍ଦ କରିବା ପାଇଁ ଜିଲ୍ଲା ଉପଭୋକ୍ତା ଅଦାଲତରେ ମାମଲା ରୁଜୁ

ବ୍ରହ୍ମପୁର : ଟାଟା ପାଓ୍ବାର କମ୍ପାନୀ ଦକ୍ଷିଣ ଓଡ଼ିଶାର ତଥା ବ୍ରହ୍ମପୁର ସହରାଞ୍ଚଳରେ ବିଦ୍ୟୁତ ବିତରଣ ଦାୟିତ୍ୱ ଗତ ଜାନୁଆରୀ ୨୦୨୧ ମସିହା ଠାରୁ ନେବା ପର ଠାରୁ ଉପଭୋକ୍ତା ମାନଙ୍କ ଘରେ ଲାଗିଥିବା ସଠିକ ଚାଲୁଥିବା ମିଟର ବଦଳାଇବା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।ଯାହାକି ଆଇନ ସମ୍ବନ୍ଧୀୟ ନୁହେଁ କିମ୍ବା କୌଣସି ଅଥୋରିଟି ଏପରି କରିବା ପାଇଁ ଟାଟା ପାଓ୍ବାର କମ୍ପାନୀ କୁ ନିର୍ଦ୍ଦେଶ ଦେଇଥିବା ସୁଚନା ନାହିଁ।ଅନ୍ୟ ପକ୍ଷରେ କେଉଁ କାରଣ ପାଇଁ ଉପଭୋକ୍ତା ଙ୍କ ସଠିକ ଚାଲୁଥିବା ମିଟର କୁ ପରିବର୍ତ୍ତନ କରାଯାଉଛି, ତା’ର କୌଣସି ସୁଚନା ବା ବିଜ୍ଞାପନ ସର୍ବସାଧାରଣ ବା ଉପଭୋକ୍ତା ମାନଙ୍କ ଗୋଚରାର୍ଥେ ଜାରି କରାଯାଇନାହିଁ।ଏଥି ସହ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ ବିତରଣ କୋଡ-୨୦୦୪ ଅନୁଯାୟୀ ଅର୍ଡର ୨୦୨୨ରେ ଠିକ୍ ଚାଲୁଥିବା ମିଟର ପରିବର୍ତ୍ତନ କରି ଆଉ ଗୋଟିଏ ଠିକ୍ ମିଟର ବସାଇବା ଭଳି ନିର୍ଦ୍ଦେଶ ଦେଇନାହାନ୍ତି। ତତ ସଙ୍ଗେସଙ୍ଗେ ଓଇଆରସି କୋଡ-୨୦୦୪ର ଧାରା ୫୯(୪)ଅନୁଯାୟୀ ମିଟର ସେତେବେଳେ ହେବ ମିଟର ପରିବର୍ତ୍ତନ ହେବ,ଯେତେବେଳେ କୌଣସି ମିଟର ସଂଶୋଧନ କିମ୍ବା ମରାମତି ହୋଇପାରିବ ନାହିଁ। ବର୍ତ୍ତମାନ ଟିପିଏସଓଡିଏଲ ପକ୍ଷରୁ ଯେଉଁ ମିଟର ପରିବର୍ତ୍ତନ ଚାଲିଛି, ତାହା ଉପରୋକ୍ତ ଦୁଇ ସର୍ତ୍ତ ପୁରଣ କରୁନଥିବା ନଜର ଆସିଛି।ଏଣୁ ଏପରି ମିଟର ପରିବର୍ତ୍ତନ କରିବା ଉପଭୋକ୍ତା ଙ୍କ ସେବାରେ ଅବହେଳିତ କରିବା ସହ ଅସାଧୁ ବ୍ୟବସାୟୀକରଣ ଏବଂ ଟିପିଏସଓଡିଏଲ ର ଏକଚାଟିଆ ବ୍ୟବସାୟୀ ବୃତ୍ତି ସଦୃଶ୍ୟ।ତେଣୁ କୌଣସି ନିର୍ଦ୍ଦେଶ କିମ୍ବା ନିୟମ ନଥାଇ ଟିପିଏସଓଡିଏଲ ପକ୍ଷରୁ ଯେଉଁ ମିଟର ପରିବର୍ତ୍ତନ କାର୍ଯ୍ୟକ୍ରମ କରାଯାଉଛି, ତାହାକୁ ତୁରନ୍ତ ବନ୍ଦ କରାଯିବା ପାଇଁ ଜିଲ୍ଲା ଉପଭୋକ୍ତା ଅଦାଲତରେ ଏକ ମାମଲା(୯୪/୨୦୨୨)ସନ୍ୟାସୀ ଗୌଡ ଙ୍କ ତରଫରୁ ରୁଜୁ କରାଯାଇଛି।ମାନ୍ୟବର ଅଦାଲତ ମଧ୍ୟ ଏହାର ଗୁରୁତ୍ୱ କୁ ଉପଲବ୍ଧ କରି ମାମଲା ଗ୍ରହଣ କରି ପ୍ରତିପକ୍ଷ ଙ୍କୁ ନୋଟିସ ଜାରି କରିଛନ୍ତି।

nis-ad
Leave A Reply

Your email address will not be published.