ଟ୍ରକ୍‌-ସ୍କୁଟି ମୁହାଁମୁହିଁ ଧକ୍କାରେ ନାବାଳିକାଙ୍କ ମୃତ୍ୟୁ, ଉତ୍ତେଜନା ପରେ ଲାଠି ଚାର୍ଜ କଲା ପୋଲିସ୍‌

ବରଗଡ଼: ବିଜେପୁରର ଐତିହାସିକ ଅନନ୍ତବ୍ରତ ମହୋତ୍ସବ ଦେଖିବାକୁ ଆସିଥିବା ବେଳେ ଦୁର୍ଘଟଣାରେ ଜଣେ ନାବାଳିକାଙ୍କ ଜୀବନ ଯାଇଛି । ସକାଳ ୯ ଟା ସମୟରେ ପଦ୍ମପୁର ପଟରୁ OD-17N-5015 ନମ୍ୱର ବିଶିିଷ୍ଟ ଏକ ୧୬ ଚକିଆ ମାଲବୋଝେଇ ଟ୍ରକ ଆସୁଥିବାବେଳେ ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ବିଜେପୁର ଗଞ୍ଜେଇଭାଟି ଛକଠାରେ ସ୍କୁଟି ସହ ଏହି ଟ୍ରକ୍‌ଟିର ମୁହାଁମୁହିଁ ଧକ୍କା ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ ନିକଟସ୍ଥ ପହଣ୍ଡି ଗ୍ରାମର ସୁନିତା ମେହେର ମାମୁଁ ଘରକୁ ମହୋତ୍ସବ ଦେଖିବାକୁ ଆସିଥିଲା । ସୁନିତା ସ୍କୁଟି ଧରି ଆସୁଥିବା ସମୟରେ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ତାଙ୍କର ପ୍ରବଳ ରକ୍ତଶ୍ରାବ ହେବା ସହ ସେ ସାଙ୍ଘାତିକ ଗୁରୁତର ଥିବା କାରଣରୁ ତାଙ୍କୁ ସଙ୍ଗେସଙ୍ଗେ ବରଗଡ ଖେଦାପାଲି ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ହେଲେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ କାରଣରୁ ତୁରନ୍ତ ବୁର୍ଲା ଭିମସାର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ତେବେ ସ୍ଥାନୀୟ ଲୋକେ ଟ୍ରକ ଡ୍ରାଇଭରକୁ ଗିରଫ କରିବା ଦାବିରେ ରାସ୍ତା ଅବରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲେ । ଏହାକୁ ନେଇ ପୋଲିସ ଓ ଜନତା ମୁହାଁ ମୁହିଁ ସହ ଧସ୍ତାଧସ୍ତି ହୋଇଥିଲେ । ପରେ ପୋଲିସ ଲାଠି ଚାର୍ଜ କରିଛି । ଅନ୍ୟପଟେ ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି ।

nis-ad
Leave A Reply

Your email address will not be published.