ସହିପାରିଲେନି ଝିଅର ଅତ୍ୟାଚାର ! ନଦୀକୁ ଡେଇଁ ବୃଦ୍ଧାଙ୍କ ଆତ୍ମହତ୍ୟା ଉଦ୍ୟମ

ଆନନ୍ଦପୁର ୧୩।୦୯ : ଆତ୍ମହତ୍ୟା ଉଦ୍ୟମ ପଣ୍ଡ । ବୃଦ୍ଧାଙ୍କୁ ଉଦ୍ଧାର କରି ପୋଲିସ ଜିମାଦେଲେ ସ୍ଥାନୀୟଲୋକେ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବୈତରଣୀ ନଦୀର ଡଙ୍ଗାଘାଟି ନିକଟରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ଘସିପୁରା ଥାନା ପଡିଆପାଳ ଗାଁରେ ରୁହନ୍ତି କୌଶଲ୍ୟା ସେଠୀ । ତାଙ୍କର ଗୋଟିଏ ପୁଅ ଏବଂ ଦୁଇଟି ଝିଅ । ପୁଅ ଦୀର୍ଘ ଦିନ ହେବ ବାହାରେ ରହୁଥିବା ବେଳେ ବଡଝିଅ ବାହାଘର ପରେ ନିଜ ଶାଶୁଘରେ ରହୁଛି । କୌଶଲ୍ୟା ସାନ ଝିଅ ସହ ରୁହନ୍ତି । ସାନ ଝିଅ ନିଜ ସ୍ବାମୀ ସହ ମନମାଳିନ୍ୟ ଯୋଗୁଁ ଏବେ ଜଣେ ପୁରୁଷ ବନ୍ଧୁଙ୍କୁ ଆଣି ଘରେ ରଖିଛନ୍ତି । ସାନ ଝିଅ ଓ ତାର ପୁରୁଷ ବନ୍ଧୁର ଅତ୍ୟାଚାରରେ ଅତିଷ୍ଠ ହୋଇ କୌଶଲ୍ୟା ଆତ୍ମହତ୍ୟାର ପନ୍ଥା ଆପଣାଇଥିବା କହିଛନ୍ତି । ଘଷିପୁରା ପୋଲିସ୍ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି ।

nis-ad
Leave A Reply

Your email address will not be published.