ଅଜଣା ରୋଗରେ ୧୪ ଦିନରେ ଗଲାଣି ୮ଜଣଙ୍କ ଜୀବନ

ମାଥିଲି  :  ଜୀବନ ନେଉଛି ଅଜଣା ରୋଗ । ମାଲକାନଗିରି ଜିଲ୍ଲା ମାଥିଲେ ବ୍ଲକ ହଳଦୀକୁଣ୍ଡରେ ଏବେ ଆତଙ୍କ ସୃଷ୍ଟି କରିଛି ଅଜଣା ରୋଗ । ଗତ ୧୪ ଦିନ ମଧ୍ୟରେ ୮ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏବେବି ୧୦ରୁ ଅଧିକ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଖବର ଅନୁଯାୟୀ, ମାଥିଲି ବ୍ଲକ ହଳଦୀକୁଣ୍ଡରେ ରବିବାର ରାତିରେ ଅଜଣା ରୋଗରେ ପୁଣି ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି । ମୃତକ ହଳଦୀକୁଣ୍ଡ ନିକଟସ୍ଥ ଟକଲିଗୁଡାର ସନ୍ତୋଷ ପଡିଆମୀ । ରାତିରେ ହଠାତ୍‌ ସନ୍ତୋଷଙ୍କ ପେଟ ବ୍ୟଥା ହୋଇଥିଲା   । ଏହାପରେ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ମଦଜନିତ ରୋଗ ହୋଇଥାଇପାରେ ବୋଲି ପ୍ରଥମେ ଗ୍ରାମବାସୀ ଆଶଙ୍କା କରୁଥିଲେ। ଏବେ ଏହି ରୋଗ ଶିଶୁମାନଙ୍କୁ ବ୍ୟାପି ଥିବାରୁ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଵାସ୍ଥ୍ୟ ବିଭାଗ ତଦନ୍ତ କରି ପଦକ୍ଷେପ ନେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

nis-ad
Leave A Reply

Your email address will not be published.