ନିର୍ଯ୍ୟାତିତ କପସାଭାଟା କନ୍ଧ ଆଦିବାସୀଙ୍କ ଆଖିରେ ଲୁହ : ନ୍ୟାୟ ଅପେକ୍ଷା ରେ ୨୫ ପରିବାର…

ନ୍ୟାୟ ନମିଳିଲେ ଆଗାମୀ ଦିନରେ କରିବେ ଆମରଣ ଅନଶନ..! ଦେଲେ ଚେତାବନୀ

ଉମରକୋଟ ପ୍ରତିନିଧି // ନିଃସର୍ତ୍ତ ନିୟୁଜ
ପେଟରେ ଭୋକ…, ଭୟରେ କାଟୁଛନ୍ତି ଜୀବନ..!


ଉମରକୋଟ : ଗତ ଅଗଷ୍ଟ ୧୩ ତାରିକ୍ଷ ରେ ଆଇନ କୁ ହାତକୁ ନେଇ ସହ ସହ ଲୋକ ଜଙ୍ଗଳ ଅଧିକାର ଆଇନ 2006 ଓ ସଂଶୋଧିତ ଆଇନ 2012 ନିୟମକୁ ଉଲଙ୍ଘନ କରି ଏବଂ 1996 ପେଶା ଆଇନକୁ ମଧ୍ୟ ଉଲଙ୍ଘନ କରି ଗ୍ରାମ ସଭାର ବିନା ଅନୁମତିରେ ପଞ୍ଚମ ଅନୁସୂଚିତ ଅଞ୍ଚଳ ମଧ୍ୟରେ ଦୀର୍ଘ 60 ବର୍ଷ ହେଲା ବସବାସ କରୁଥିବା କନ୍ଧ୍ ଆଧିବାସୀଙ୍କ ମକ୍କା ଫସଳକୁ ବନ ବିଭାଗ ଦ୍ଵାରା ଗଠିତ ବନ ସୁରକ୍ଷା ସମିତି ଶାସିତ ବିଜେଡି ଓ ବିଜେପି କୁଜି ନେତାଙ୍କ ନେତୃତ୍ୱରେ ଯେଉଁ ଭଳି ଭାବରେ ଫସଲ ନଷ୍ଟ କରା ଯାଇଥିଲା ଏବଂ ସେହି ୨୫ ଟି କନ୍ଧ ଜନଜାତି ପରିବାର ଦୁଃଖ ବୁଝିବ କିଏ ? ଯାହାକୁ ନେଇ ଅଞ୍ଚଳ ର ବୁଦ୍ଧି ଜୀବି ପ୍ରଶାସନ କୁ ଆଙ୍ଗୁଠି ଉଠାଇଛନ୍ତି ଲ ପୋଲିସ ମଧ୍ୟ ଉକ୍ତ ଘଟଣା ର ଟେର ଵି ପାଇଲା ନାହିଁ? ନା ସବୁ ଜାଣି ପ୍ରଶାସନ ଧୃତରାଷ୍ଟ୍ର ସାଜି ଥିଲା ତାହାକୁ ନେଇ ଉଠୁଛି ଅନେକ ପ୍ରଶ୍ନ…? ଘଟଣା ପୂର୍ବରୁ ମଧ୍ୟ ଅବଗତ ଥିଲା କାରଣ ପୂର୍ଵ ରୁ ଉଭୟ ଗୋଷ୍ଠୀକୁ ପୋଲିସ ଥାନା କୁ ଡାକି ଏକ ଆପୋଷ ବୁଝାମଣା କରିଥିଲା, ପୋଲିସ ଉକ୍ତ ତିକ୍ତତା ବିଷୟରେ ନିଶ୍ଚୟ ସୁରାଗ ପୂର୍ବରୁ ପାଇଥିବ ତଥାପି କାହା ଇସାରା ରେ ଚୁପ ବସିଲା ତାହା ମଧ୍ୟ ଅନୁସନ୍ଧାନ ସାପେକ୍ଷ l ଏଠାରେ ସୂଚନା ଥାଉକି ବିଗତ 13/08/2022 ଶନିବାର ଦିନ ସକାଳ ପ୍ରାୟ ଦଶଟା ସମୟରେ ବିଭିନ୍ନ ଗ୍ରାମର ଚାରି ଶହର ପାଞ୍ଚ ଶହ ମହିଳା ଓ ପୁରୁଷମାନେ ହାତରେ ଟାଙ୍ଗୀ, ବାଡ଼ି ଓ ମରଣାସ୍ତ୍ର ଧରି କପସାଭାଟା ଗ୍ରାମ କୁ ଅଚାନକ ଆସି ୨୫ ଟି କନ୍ଧ ଆଧିବାସୀ ପରିବାରର ଦୀର୍ଘ ୬0ବର୍ଷର ଦାଖଲ ଜଙ୍ଗଲ କିସମ ଚାଷ ଜମି ମଧ୍ୟରୁ ପ୍ରାୟ 40 ଏକର ମକ୍କା ଫସଳକୁ ବନ ବିଭାଗ ଦ୍ଵାରା ଗଠିତ ସିର୍ଲିଗୁଡ଼ା, କୁସୁମଗୁଡ଼ା, କିଚାଭାଟା, ଆଦିବାସୀ, ବିରଣ୍ଡୁଗୁଡ଼ା କାଲବେଡା ଓ

ଚିଚନାଗୁଡ଼ା ଗ୍ରାମ ସୁରକ୍ଷା ସମିତି (vss) ଏବଂ ସ୍ଥାନୀୟ କିଛି କୁଜି ନେତାଙ୍କ ଦ୍ଵାରା ସମସ୍ତ ଚାଷ ଜମିକୁ ନଷ୍ଟ କରି ଦିଆ ଗଲା ଓ କିଛି ବାସ ଗୃହକୁ ମଧ୍ୟ ନିଆଁ ଲଗା ଯାଇ ସେମାନଙ୍କ ବ୍ୟବହାରିକ ଓ ଜୀବନ ନିର୍ବାହ କରିବା ପାଇଁ ଆସବାହ ପତ୍ର କୁ ଜଳି ପୋଡି ସବୁ ନଷ୍ଟ କରିଦିଆଗଲା ସେହି ପରିବାର ର ଆଖିର ଲୁହ ପୋଛିବାକୁ କିଏ ନାହିଁ ଜିଲ୍ଲା ପ୍ରଶାସନ ସବୁ ଜାଣି ମଧ୍ୟ ଚୁପ ବାଡ଼ିଛି , ବର୍ତ୍ତମାନ ଏହି କପସାଭାଟାର କନ୍ଧ ଆଦିବାସୀ 25ଟି ପରିବାର ଭୋକ ଉପାସରେ ଦୁଃଖ କଷ୍ଟର ସହିତ ଜୀବନ ନିର୍ବାହ କରୁଛନ୍ତି ଏମାନଙ୍କ ଦୁଃଖ କହିଲେ ନ ସରେ ଗୋଟିଏ ପଟେ ଋଣ ବୋଝ ଅନ୍ୟ ପଟେ ଖାଇବାକୁ ମଧ୍ୟ କିଛି ନାହିଁ, ଅତି କଷ୍ଟ ରେ ନିଜ ପରିବାର ର ଛୋଟ ଛୋଟ ପିଲା ମାନଙ୍କୁ ଦି ଓଳା ମୁଠାଏ ଖାଇବାକୁ ଦେବାକୁ ଵି ସକ୍ଷମ ନୁହନ୍ତି ପ୍ରାୟ ସମୟ ଉପବାସ ରେ ଦିନ ବିତାଉଛନ୍ତି ଏହି ପରିପେକ୍ଷି ରେ ଜିଲ୍ଲା ପ୍ରଶାସନ ପାଖରୁ ଏମାନଙ୍କୁ କୌଣସି ସୁରକ୍ଷା କିମ୍ବା ସାହାଯ୍ୟ ଯୋଗାଇ ଦିଆଯାଇନି ଅତି ଦୁଃଖ ଦୁର୍ଦଶା ଓ ଭୟର ବାତାତାବରଣ ରେ ଏହି 25 କନ୍ଧ ପରିବାର ଜୀବନ ଅତିବାହିତ କରୁଥିବା ଦେଖିବାକୁ ମିଳିଛି l ଅଭିଯୋଗ କୁ ଆଧାର କରି ନିଃସର୍ତ୍ତ ତରଫରୁ କିଛି ସାମ୍ବାଦିକ ଉକ୍ତ ଗ୍ରାମ କୁ ଯାଇ ପ୍ରତେକ୍ଷ୍ୟ ଭାବରେ ଯାହା ସବୁ ଦେଖିଲେ ଓ ଶୁଣିଲେ ତାହା ଅତି ହୃଦୟ ବିଦାରକ l ସୂଚନା ରୁ ମିଳିଛି ଏହି ପୀଡିତା ମାନେ ସ୍ଥାନୀୟ ନବରଙ୍ଗପୁର ଜିଲ୍ଲାପାଳ ମହୋଦୟଙ୍କୁ ସାକ୍ଷାତ କରିଥିଲେ ଏବଂ ସମସ୍ତ ଘଟଣା ବିଷୟରେ ଅବଗତ କରାଇ ନିଜ ପରିବାର ର ଆର୍ଥିକ ପରିସ୍ଥିତି ବିଷୟରେ ଅନୁରୋଧ କରିଥିଲେ , ଜିଲ୍ଲାପାଳ ମହୋଦୟ ୭ ଦିନ ଭିତରେ FRC କମିଟି ଗଠନ କରି ଏମାନଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶୃତି ଦେଇଥିଲେ କିନ୍ତୁ ଆଜକୁ ପ୍ରାୟ ୨0 ଦିନ ବିତିଯାଇଥିଲେ ସୁଦ୍ଧା ଏମାନଙ୍କୁ କଣୌସି ପ୍ରକାରର ନ୍ୟାୟ ନମିଳିବା ନିହାତି ଦୁର୍ଭାଗ୍ୟ ର ବିଷୟ l ଜିଲ୍ଲାପାଳଙ୍କ କହିବା ମୁତାବକ FRC କମିଟି ମଧ୍ୟ ଆଜି ସୁଦ୍ଧା ଗଠନ ହେଇ ପାରିଲା ନାହିଁ, ମାନସିକ ଅବସ୍ଥାରେ ଭୟର ବାତାବରଣ ରେ ଜୀବନ ବିତାଉଛନ୍ତି ଏପରିକି ମାସିକା ଚାଉଳ ମଧ୍ୟ ଆଣିବା ପାଇଁ ଏମାନେ ନିକଟସ୍ଥ ପଞ୍ଚାୟତ କୁ ଯାଇ ପାରୁନାହାନ୍ତି l ଏହି କପସାଗୁଡ଼ା ଗାଁର କିଛି ବ୍ୟକ୍ତି ବିଶେଷ ଆମ ନିଃସର୍ତ୍ତ ପ୍ରତିନିଧି ମାନଙ୍କ ଜରିଆରେ ଦୁଃଖ ବାଣ୍ଟି ଅଭିଯୋଗ ଆଣି ଅନୁରୋଧ କରିଛନ୍ତି ଯେ ଉକ୍ତ ଗ୍ରାମର ରାଜୁ ସାନ୍ତା 45 ବର୍ଷ, ଜୟରାମ ସାନ୍ତା 35 ବର୍ଷ,ଜୟା ସାନ୍ତା 40 ବର୍ଷ, ବିନା ସାନ୍ତା 60 ବର୍ଷ, ଶ୍ରୀ ସାନ୍ତା 55 ବର୍ଷ ଓ ଗୋପୀ ସାନ୍ତା 58 ବର୍ଷ ଏମାନଙ୍କ କହିବା କଥା ଯେ ଏବେ ମଧ୍ୟ ଏହି ଆକ୍ରମଣ କାରୀ ସାତ ଖଣ୍ଡ ଗ୍ରାମର ଲୋକ ମାନେ ଡ଼ରାଇ

ଧମକାଉଛନ୍ତି ରାତିରେ ଆସି ମାରି ଦେବୁ ପୋଲିସ ଓ ପ୍ରଶାସନ କିଛି କରିପାରିବେ ନାହିଁ ଆମେ ସବୁ ସରକାରୀ ଲୋକ ତେଣୁ ଏହି କ୍ଷେତ୍ରରେ ଏହି ନିର୍ଯ୍ୟାତନା ଶୀକାର ହୋଇଥିବା କନ୍ଧ ଆଧିବାସୀ ସମ୍ପ୍ରଦାୟର ଲୋକଙ୍କ ଦୁଃଖ ପ୍ରଶାସନ ବୁଝିବ କେବେ..? ଏହି କନ୍ଧ ଆଦିବାସୀ ୨୫ ଟି ପରିବାର ଲୋକ ବାରମ୍ବାର ପ୍ରଶାସନକୁ ଓ ରାଜ୍ୟ ସରକାରଙ୍କ ଅନୁରୋଧ କରିଛନ୍ତି ଯଦି ଯଥାଶିଘ୍ର ଏମାନଙ୍କ କଥା ନ ବୁଝିଲେ ଆଗାମୀ 22/09/2022ରିକ ଦିନ ନବରଙ୍ଗପୁର ଜିଲ୍ଲାପାଳ ମହୋଦୟଙ୍କୁ ଅଫିସ ଆଗରେ ନ୍ୟାୟ ପାଇଁ ଆମରଣ ଅନସନ କରିବେ କହି ଚେତାବନୀ ଦେଇଛନ୍ତି l ରାଜ୍ୟ ସରକାର ଏହାକୁ ଗୁରୁତର ସହିତ ନେଇ ଏହି ଆଦିବାସୀ ଙ୍କୁ ଉପଯୋଗୀ ନ୍ୟାୟ ଦେବାକୁ ଅନୁରୋଧ କରିଛନ୍ତି ଅଞ୍ଚଳର ବୁଦ୍ଧି ଜୀବି ଓ ସାଧାରଣ, ଆଗାମୀ ଦିନରେ ପରିସ୍ଥିତି ଅଣ ଆୟତ ନହୋଇ ପୁଣି ଅତୀତରେ ଘଟିଥିବା ରାଇଘର ଘଟଣା ର ପୁନରାବୃତ୍ତି ଯେଭଳି ନହୁଏ ସେଥିପ୍ରତି ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେବା ଜରୁରୀ l

nis-ad
Leave A Reply

Your email address will not be published.