ସାପ କାମୁଡ଼ାରେ ଚାଷୀ ଗୁରୁତର…


ବୁଗୁଡା : ତା ୧୩/୦୯/୨୨ : ନିକଟସ୍ଥ କଣଛାଇ ଗ୍ରାମରେ ଜନୈକ ଯୁବ ଚାଷୀ ସାପ କାମୁଡ଼ାରେ ଆହତ ହୋଇ ବୁଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଆହତ ଚାଷୀ ଜଣକ ପୋଲସରା ଥାନା ଅନ୍ତର୍ଗତ କଣଛାଇ ଗ୍ରାମ ତେଲିସାହିର ଦିନବନ୍ଧୁ ସାହୁ (୪୦) । ଘଟଣାରୁ ପ୍ରକାଶ ଯେ, ଆଜି ପୂର୍ବାହ୍ନରେ ଦିନବନ୍ଧୁ ନିଜ ବିଲରେ କାମ କରୁଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା । ସେଠାରେ କାମ କରୁଥିବା ଅନ୍ୟ ଲୋକମାନେ ଏନେଇ ଦିନବନ୍ଧୁଙ୍କ ଘରକୁ ଖବର ଦେଇଥିଲେ । ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ବୁଗୁଡ଼ା ମେଡିକାଲକୁ ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।

nis-ad
Leave A Reply

Your email address will not be published.