କୋଟଗଡ଼ ଥାନାଅଧିକାରୀ ଙ୍କ ଗୁଣ୍ଡାରାଜ : ହୋମଗାର୍ଡ ଆଣିଲେ ଅଭିଯୋଗ…

ଖାକୀର ଖାକୀ ଉପରେ ଜୁଲମ…!

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ଅଧୀନରେ ଥିବା କୋଟଗଡ଼ ଥାନା ଅଧିକାରୀ ଆଇ ଆଇ ସି ଧିରଜ ଲେଙ୍କା ହୋମଗାର୍ଡ କର୍ମଚାରୀ ମାନଙ୍କୁ କୁକୁର ବୁଲେଇବା ପାଇଁ କହି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହେଇଛି । କୋଟଗଡ଼ ଥାନାରେ ବର୍ତ୍ତମାନ ଦାୟିତ୍ୱରେ ଥିବା ଥାନା ଅଧିକାରୀ ଧିରେଜ୍ ଲେଙ୍କା କୋଟଗଡ଼ ଥାନାରେ କାର୍ଯ୍ୟରତ ଥିବା ହୋମଗାର୍ଡ କର୍ମଚାରୀ କବିଚନ୍ଦ୍ର ନାୟକଙ୍କୁ ତାଙ୍କର ଦୁଇଟି କୁକୁର ଜଗାରଖା କରିବା ଏବଂ କୁକୁର ମାନଙ୍କର ମଳମୂତ୍ର ସଫାକରିବା ପାଇଁ ବାଧ୍ୟ କରୁଥିଲେ । କିନ୍ତୁ ହୋମଗାର୍ଡ ଜଣକ କୁକୁର ବୁଲେଇବା ପାଇଁ ବାରଣ କରିବାରୁ ତାଙ୍କୁ ଥାନାକୁ ଡାକି ଆଇ ଆଇ ସି ଲେଙ୍କା ମଦ୍ୟପାନ କରି ନିଶାଶକ୍ତ ଅବସ୍ଥାରେ ତା 08,09,2022, ରିଖଦିନ କାର୍ଯ୍ୟରତ ହୋମଗାର୍ଡ କର୍ମଚାରୀ କବିଚନ୍ଦ୍ର ନାୟକଙ୍କୁ ପ୍ଲାଷ୍ଟିକ୍ ଲାଠି ସାହାଯ୍ୟରେ ମାଡ଼ ମରାଯିବା ଏବଂ ତାଙ୍କୁ ଜାତିଭେଦ କରି ବିଭିନ୍ନ ଅଶ୍ଳୀଳ ଭାଷା ପ୍ରୟୋଗ କରି ତାଙ୍କୁ ମିଥ୍ୟା ମକଦ୍ଦମା ଲଗାଇ ଜେଲରେ ପୁରେଇ ଦେବାର ଧମକ୍ ଦେଇଥିବା କବିଚନ୍ଦ୍ର ଅଭିଯୋଗ କରିଛନ୍ତି । ଥାନା ଅଧିକାରୀ ଙ୍କ ଦୁର୍ବ୍ୟବହାରରେ କୋଟଗଡ଼ ଥାନାର ନିରିହ ହରିଜନ ଶ୍ରେଣୀର ହୋମଗାର୍ଡ କବିଚନ୍ଦ୍ର ନାୟକଙ୍କୁ ଏଭଳି
ନିର୍ଯାତନା ଦେବାସହିତ ମାଡ଼ ମାରି ତଣ୍ଟି ଚିପି ହତ୍ୟା ଉଦ୍ୟମ କରୁଥିବା ଓ ମିଥ୍ୟା ମକଦ୍ଦମାରେ ଫସେଇ ଜେଲକୁ ପଠେଇବା ପାଇଁ ଭୟଭିତ କରିବାରୁ ଭୟରେ ଶ୍ରୀ ନାୟକ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମଇନା କରି କନ୍ଧମାଳ ଜିଲ୍ଲା ମୂଖ୍ୟ ପୋଲିସ ପ୍ରଶାସନିକ ଅଧିକାରୀ, କନ୍ଧମାଳ ଜିଲ୍ଲା ହୋମଗାର୍ଡ ମହାସଂଘର ପରାମର୍ଶ ଦାତା, ଆଇନ ପରାମର୍ଶ ଦାତା ଏବଂ କନ୍ଧମାଳ ଜିଲ୍ଲା ଫୁଲବାଣୀ ପ୍ରେସ୍ କ୍ଲବ ସଭାପତି ଓ କନ୍ଧମାଳ ଜିଲ୍ଲା ମିଳିତ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ନିଜର ଦୁଃଖ ଦାୟକ ଦାବିପତ୍ର ଦେବାପାଇଁ ଫୁଲବାଣୀ ପୁଲିସ୍ ମୂଖ୍ୟ କାର୍ଯ୍ୟାଳୟକୁ ଆସି ନିଜେ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଜଦିକନ୍ଧମାଳ ଜିଲ୍ଲାର ପୋଲିସ୍ ପ୍ରଶାସନିକ ଅଧିକାରୀ ଉକ୍ତ ହୋମଗାର୍ଡଙ୍କୁ ଉଚିତ୍ ନ୍ୟାୟନ ଦିଅନ୍ତି ତାହେଲେ ହୋମଗାର୍ଡ କବିଚନ୍ଦ୍ର ଆଗାମୀ ଦିନରେ ହିୟୁମାନ ରାଇଟ୍ସ କମିଶନର୍ ଓଡ଼ିଶା , ନିୟୁଦିଲ୍ଲୀ , ରାଜ୍ୟପାଳ ଏବଂ ଆଦର୍ଶ ମୂଖ୍ୟମନ୍ତ୍ରୀଙ୍କୁ ଲିଖିତ ମାଧ୍ୟମରେ ଦେଇ ଏସ୍ପି ଅଫିସ୍ ଆଗରେ ଧାରଣା ଦେବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଵଗତ କାରାଇଛନ୍ତି । ସେ କୁହନ୍ତି ଆଇ,ଆଇ, ସି,ଧିରଜ ଲେଙ୍କା କୋଟଗଡ଼ ଥାନାର ଅନେକ ହୋମଗାର୍ଡ ଭାଇ ଭଉଣୀ ଏବଂ କନେଷ୍ଟବଳ କର୍ମଚାରୀ ମାନଙ୍କୁ ପଶୁ ଭଳିଆ ବ୍ୟବହାର କରିଥାନ୍ତି । ଏହାକୁ ଜିଏ ବିରୋଧ କରେ କିମ୍ବା ତାଙ୍କୁ ଜବାବ ଦିଏ ତାଙ୍କୁ ମଦ୍ୟପାନ କରି ନିଶାଶକ୍ତ ଅବସ୍ଥାରେ ଥାନାକୁ ଆସି ନାହି ନଥିବା ଦୁର୍ବ୍ୟବହାର କରୁଥିବା ଥାନାର ଅନ୍ୟାନ୍ୟ କର୍ମଚାରୀ ମାନେ ଆଲୋଚନା କରୁଥିବା ଶୁଣିବା କୁ ମିଳୁଛି ।ଭୟରେ ସେମାନେ କେହି ପ୍ରତିବାଦ କରୁନାହାନ୍ତି। କବିଚନ୍ଦ୍ର ନାୟକ କିମ୍ବା ତାଙ୍କ ପରିବାରରେ ଜଦି କୈଣସି ଅଘଟଣ ଘଟେ ସେଥିପାଇଁ କୋଟଗଡ଼ ଥାନା ଆଇ,ଆଇ,ସି ଧିରେଜ୍ ଲେଙ୍କା ଦାୟୀ ରହିବେ ବୋଲି ମଧ୍ୟ ଲିଖିତ ଏବଂ ମୌଖିକ ଅଭିଯୋଗ କରିଛନ୍ତି । କାରଣ ଆଇ, ଆଇ, ସି, ଧିରେଜ୍ ଲେଙ୍କା ବାରମ୍ବାର କବିଚନ୍ଦ୍ର ଙ୍କୁ ଜୀବନରେ ମାରିଦେବୀ ବୋଲି ଧମକ୍ ଦେଇଥିବା ଅଭିଯୋଗ କରିଛନ୍ତି ନିରିହ ହୋମଗାର୍ଡ ଜଣକ । ଏଣୁ ଏପରି ଅଫିସରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଯୋଗ କରିଛନ୍ତି।

nis-ad
Leave A Reply

Your email address will not be published.