ନିଆଁରେ ପୋଡି ହୋଇ ସ୍ୱାମୀ,ସ୍ତ୍ରୀ ଗୁରୁତର…

ଅସାଭଧାନତା ହେଲା କାଳ…


ବୁଗୁଡ଼ା : ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତ ଅନ୍ତର୍ଗତ ବଡତଣ୍ଡା ଗ୍ରାମରେ କାଠଚୁଲି ନିଆଁରେ ପୋଡି ସ୍ତ୍ରୀ ପଦ୍ମାବତୀ ଜାନି ଓ ସ୍ବାମୀ ରାଜକୁମାର ଜାନି ଉଭୟେ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ଗତକାଲି ରାତିରେ ପଦ୍ମାବତୀ କାଠଚୁଲିରେ ରୋଷେଇ କରୁଥିବା ବେଳେ ଅସାବଧାନତା ବଶତଃ ସେ ପିନ୍ଧିଥିବା ଲୁଗାରେ ନିଆଁ ଲାଗି ଯାଇଥିଲା । ସେ ଚିତ୍କାର କରିବାରୁ ରାଜକୁମାର ଦୌଡି ଆସି ନିଆଁକୁ ଲିଭାଇବା ବେଳେ ତାଙ୍କ ପୋଷାକରେ ମଧ୍ୟ ନିଆଁ ଲାଗି ଯାଇଥିଲା । ଫଳରେ ଦୁହିଁଙ୍କ ଦେହର ଅର୍ଦ୍ଧାଧିକ ଅଂଶ ପୋଡି ଯାଇଥିଲା । ସେ ଦୁହିଁଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା । ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

nis-ad
Leave A Reply

Your email address will not be published.