ଓଡିଶା ହକି ଚମ୍ପିୟାନସିପ ପ୍ରତିଯୋଗିତାରେ ଅଂଶ ଗ୍ରହଣ କଲେ କନ୍ଧମାଳ ଜ଼ିଲ୍ଲାର ପୁରୁଷ ହକି ଟିମ…

ଫୁଲବାଣୀ:-ଓଡିଶା ହକି ଚମ୍ପିୟାନସିପ ପ୍ରତିଯୋଗିତାରେ
ଭାଗ ନେବା ନିମନ୍ତେ କନ୍ଧମାଳ ଟିମର ଭୁବନେଶ୍ୱର ଯାତ୍ରା
କନ୍ଧମାଳ ଜ଼ିଲ୍ଲାର ପୁରୁଷ ହକି ଟିମ ଓଡିଶା ହକି ଚମ୍ପିୟାନସିପ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ନକୁଳ ପ୍ରଧାନ ଙ୍କ ନେତୃତ୍ୱ ରେ ୧୬ ଜଣ ସଦ୍ୟସ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି ।କୋଚ ଭାବରେ ସାମନ୍ତ ବିଶୋଇ ଓ ମ୍ୟାନେଜେର ଭାବରେ ସିଦ୍ଧାନ୍ତ କୁମାର ପ୍ରଧାନ ଦଳ ସହ ଯାତ୍ରା କରିଛନ୍ତି ।ଜ଼ିଲ୍ଲା କ୍ରୀଡ଼ା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼, ଆଶାରାମ ହାଁସଦା ଧନୁତିର ପ୍ରଶିକ୍ଷକ, ଫୂଟବଲ ପ୍ରଶିକ୍ଷକ ଯୋଶପାଲ ଉର୍ମା, ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଖେଳାଳି ମାନଙ୍କୁ ପ୍ରତିଯୋଗୀତାରେ ଭଲ ଖେଳି ଚାମିୟାନ ହେବା ପାଇଁ ଉଚ୍ଛାହିତ କରିଥିଲେ ।

nis-ad
Leave A Reply

Your email address will not be published.