ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଗରିବ ଛାତ୍ରଙ୍କ ସଫଳତା…


ବୁଗୁଡ଼ା :ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ବୁଗୁଡ଼ା ଏନଏସିର ବୁଦ୍ଧଖୋଲ ରୋଡ଼ ସାହି ନିବାସୀ ସୁବାସ ଚନ୍ଦ୍ର ପାତ୍ରଙ୍କ ପୁତ୍ର ସୁନୀଲ କୁମାର ପାତ୍ର ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ବାପା ସୁବାସ ପରିବା ବ୍ଯବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଆର୍ଥିକ ଅବସ୍ଥା ସେତେଟା ସ୍ବଚ୍ଛଳ ନୁହେଁ । ତଥାପି ମନଯୋଗ ପୂର୍ବକ ଅଧ୍ଯୟନରତ ସୁନୀଲଙ୍କ ଏହି ସଫଳତା ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଗରିବଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଥିବା ସୁନୀଲ୍ +୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ହେବା ପରେ ସେ ମେଡିକାଲ ପରୀକ୍ଷା ନିମନ୍ତେ ଅନ୍ ଲାଇନ୍ ଶିକ୍ଷା ମାଧ୍ୟମରେ ନିଜକୁ ପ୍ରସ୍ତୁତ କରୁଥିଲେ । ଗତଥର ସେ ମେଡିକାଲ ପ୍ରବେଶିକା ପରୀକ୍ଷାରେ ସଫଳ ହୋଇ ପାରିନଥିଲା ବେଳେ ଏଥର କିନ୍ତୁ ସେ ୬୦୩ ମାର୍କ ସହ ୧୯୫୦୦ ପାହ୍ଯାରେ ରହି ସଫଳତା ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

nis-ad
Leave A Reply

Your email address will not be published.