କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ ଛାତ୍ର ଦିବ୍ୟାଂଶୁ ମଲୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ ଛାତ୍ର ଦିବ୍ୟାଂଶୁ ମଲୁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ପ୍ରକାଶିତ ଜେଇଇ-ଆଡ୍‌ଭାନ୍‌ସରେ ଓଡ଼ିଶା ଟପ୍ପର ହୋଇଛନ୍ତି ଦିବ୍ୟାଂଶୁ। ଏହା ସହ ସେ ସର୍ବଭାରତୀୟସ୍ତରରେ ୧୧ତମ ସ୍ଥାନ ହାସଲ କରିଛନ୍ତି । ସେ ମଧ୍ୟ ଇଣ୍ଟରନ୍ୟାସନାଲ ଫିଜିକ୍ସ ଅଲିମ୍ପିଆଡରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଦିବ୍ୟାଂଶୁ ଜେଇଇ ମେନରେ ମଧ୍ୟ ଓଡ଼ିଶା ଟପ୍ପର ହୋଇଥିଲେ । ଆଜି ମୁଖ୍ୟମନ୍ତ୍ରୀ ଦିବ୍ୟାଂଶୁଙ୍କ ସହ ତାଙ୍କ ଭାଇ ଦିପ୍ତାଂଶୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସାଙ୍ଗରେ ବାପା ଚନ୍ଦନ ମଲୁ ମା’ ସ୍ୱାତୀ ମଲୁ, କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ ପ୍ରିନସିପାଲ ଡକ୍ଟର ସଞ୍ଜୟ ସୁଆର ମଧ୍ୟ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.