ଚଳଚଞ୍ଚଳ ହୋଇଉଠିଛି, ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର !

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୭କିମି ଦୂର ନିଳାଦ୍ରୀପୁର ଗ୍ରାମ ର ଧଡା ପାହାଡ଼ ଶୀର୍ଷରେ ବିଦ୍ୟମାନ କରିଥିବା ଆଦ୍ୟାଶକ୍ତି ସିଂହବାହିନୀ ପରମ ବୈଷ୍ଣବୀ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ଚଳଚଞ୍ଚଳ ହୋଇଉଠିଛି ।
ଏହି ପ୍ରସିଦ୍ଧ ପୀଠ ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୧୬ ଦିନାତ୍ମକ ଶାରଦୀୟ ଦୁର୍ଗା ପୂଜା ବର୍ଣ୍ଣାଢ଼୍ୟ ସମ୍ଭାରରେ ସମାହିତ ହୋଇଆସୁଅଛି । ସ୍ଵତନ୍ତ୍ର ଭାବେ ବେଦ ପାଠ ଶାଳା ର ବିଦ୍ୟାର୍ଥୀ ଙ୍କ ବେଦମନ୍ତ୍ର ଧ୍ଵନିର ଏକ ନିଆରା ପ୍ରତିଧ୍ଵନିରେ ପୂଜା ସମ୍ଭାର ଏକ ଅନୁପମ ଅବଦାନ ଆଣିଛି ।
ଦୈନିକ ସକାଳେ ଓ ସନ୍ଧ୍ୟାରେ ଏପରିକି ମଧ୍ୟରାତ୍ରୀରେ ମଧ୍ୟ ଏଠିି ଗହଳ ଚହଳ ଲାଗି ରହିଥାଏ । ଆଜିର ସନ୍ଧ୍ୟାରେ ସ୍ଵତନ୍ତ୍ର ଭାବେ ଶାରଦୀୟ ଦୁର୍ଗା ଉତ୍ସବ ପାଳନ ପୂର୍ବକ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନ ସଭାର ପ୍ରାକ୍ତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା,ସମ୍ମାନୀତ ଅତିଥି ଭାବେ, ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଓଡ଼ିଶା ଖାଦ୍ୟ ନିଗମ ନିର୍ଦ୍ଦେଶକ ପ୍ରଶାନ୍ତ ନାୟକ, ସମାଜ ସେବୀ ଦୀପକ ମୁଦୁଲି, ସମାଜ ସେବୀ କୃଷ୍ଣ ଚନ୍ଦ୍ର ନାୟକ ନାୟକ (ମହାରାଜ, ପୁରୀ) ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଅତିଥି ଯୋଗଦେଇ ମା’ ରାମଚଣ୍ଡୀଙ୍କ ପୀଠର କାର୍ଯ୍ୟକର୍ତ୍ତା,ବହୁ ଉତ୍ସାହୀ ଉଦ୍ୟକ୍ତା, ସ୍ୱେଚ୍ଛାସେବୀ, ସମାଜସେବୀ, ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

nis-ad
Leave A Reply

Your email address will not be published.