ହୀରାକୁଦ ଡ୍ୟାମ ଓ କେନାଲ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୮୫୫ କୋଟି ଟଙ୍କା

ସମ୍ବଲପୁର : ହୀରାକୁଦ ଡ୍ୟାମ ଓ କେନାଲର ପ୍ରକଳ୍ପ ପାଇ ମୋହନ ସରକାରଙ୍କ ବଡ ନିଷ୍ପତ୍ତି । ବନ୍ଧ ପ୍ରକଳ୍ପ ମରାମତି ନେଇ ରାଜ୍ୟ ସରକାର ସଙ୍କଳ୍ପ ପତ୍ର ଜାରୀ କଲେ ।  ୪ ବର୍ଷ ଯାଏ କାର୍ଯ୍ୟ ଚାଲିବ ବେଳେ ଏଥିରେ ୮୫୫ କୋଟି ଟଙ୍କା ଖର୍ଚ୍ଚ ହେବ । ୬୫ ବର୍ଷ ପରେ ଏହା ନୂତନ ସରକାରଙ୍କ ପ୍ରଥମ ବଡ଼ ନିଷ୍ପତ୍ତି ।

ଡ୍ୟାମର ଜଳସେଚନ କେନାଲ  ବରଗଡ ମୁଖ୍ୟ କେନାଲ, ଶାସନ ମୁଖ୍ୟ କେନାଲ ଓ ଅନ୍ୟାନ୍ନ ଡିଷ୍ଟ୍ରି ବ୍ୟୁଟାରୀ କେନାଳ ବହୁ ବର୍ଷ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ଏହାର ଫଲ୍ , ସିଡି, ଆଉଟ ଲେଟର ଆଦୀ ନବିକରଣ ହେବ । ଏହା ସହ ସାଇଫନ, ଏଚଆର , ସିଆର ଏବ ଭିଆରବି ଆଦିର ମଧ୍ୟ ସ୍ଥିରୀ କରଣ କରାଯିବ ।

ଦକ୍ଷୀଣ ଓ ବାମ ସ୍ପିଲଓ୍ଵେ ଫାଉଣ୍ତେସନ ଗ୍ୟାଲେରୀ ମରାମତି ଏବଂ ଦକ୍ଷୀଣ ଆବ୍ୟୁଟ ମେଣ୍ଟ ଓ ଏହାର ସଲଗ୍ନ ହୀରାକୁଦ ବନ୍ଧ ପୁର୍ନ ସଂଯୋଜନା ହେବ । ହୀରାକୁଦ ଜଲଭଣ୍ଡାରର ଜଳ ବରଗଡ଼ କେନାଲ ଦେଇ ସୁବର୍ଣ୍ଣପୁର ଓ କିଛି ଅଂଶ ବଲାଙ୍ଗୀର ପଯ୍ୟନ୍ତ ଯାଇଥାଏ  l ହେଲେ ତାହା ସଠିକ ରୂପରେ ପହଞ୍ଚି ପାରୁନାହିଁ  l ଏଣୁ ଏହିଁ ସବୁ ଅଞ୍ଚଳକୁ ପାଣି କିପରି ଭଲ ଭାବରେ ଯାଇ ଆହୁରି ତଳ ମୁଣ୍ଡରେ ଚାଷ ହୋଇପାରିବ ସେଥିପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି  l

nis-ad
Leave A Reply

Your email address will not be published.