ଆସନ୍ତା ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୧୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବ | କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶଚାନ୍ଦ ଗୋଗିନାନୀ  ଆଜି ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି | ଉଲ୍ଲେଖ ଥାଉ କି ଜୁନ୍ ୧୨ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ବର୍ଷାଦିନ ଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା | ଆଉ ଆସନ୍ତା ୧୦ ତାରିଖରୁ ଏହା ଖୋଲାଯିବ |

ତେବେ ଚଳିତବର୍ଷ ଶିମିଳିପାଳକୁ କମ୍ ସଂଖ୍ୟାରେ ପର୍ଯ୍ୟଟକ ଆସିଥିଲେ। ଗତବର୍ଷ ୨୦୨୨-୨୩ରେ ୪୧ ହଜାର ୩୪୬ ଜଣ ପର୍ଯ୍ୟଟକ ଆସିଥିବା ବେଳେ ଚଳିତବର୍ଷ ୨୦୨୩-୨୪ରେ ୨୫ ହଜାର ୮୪୬ ଜଣ ଆସିଥିଲେ ।

୨୦୨୩ ନ‌ଭେମ୍ବରରେ ୩୨୬୯ ଜଣ, ଡିସେମ୍ବରରେ ୬୪୭, ୨୦୨୪ ଜାନୁଆରିରେ ୧୬୦୭, ଫେବ୍ରୁଆରିରେ ୫୮୦, ମାର୍ଚ୍ଚରେ ୭୯୭, ଏପ୍ରିଲରେ ୨୫୩ ଓ ମେ’ ମାସରେ ୧୭୮ ଜଣ ପର୍ଯ୍ୟଟକ ଶିମିଳିପାଳ ବୁଲିବାକୁ ଆସିଥିଲେ। ବାରିପଦା ପିଠାବଟା ଫାଟକ ଦେଇ ୧୨ ହଜାର ୯୦୯ ଓ ଯଶୀପୁର କାଳିକାପ୍ରସାଦ ଫାଟକ ଦେଇ ୧୩ ହଜାର ୨୧୦ ଜଣ ପର୍ଯ୍ୟଟକ ଆସିଛନ୍ତି। ନଭେମ୍ବରରୁ ମେ’ ମାସ ମଧ୍ୟରେ ମୋଟ୍ ୪ ହଜାର ୬୫୪ଟି ଗାଡ଼ିରେ ପର୍ଯ୍ୟଟକମାନେ ଶିମିଳିପାଳ ଭ୍ରମଣ କରିଥିବା ଜଣାପଡ଼ିଛି। ଆଉ ଏଥର ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ରହିବ ବୋଲି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ଆଶା ରଖିଛନ୍ତି |

nis-ad
Leave A Reply

Your email address will not be published.