ପୁରୀ ବାଇପାସର ମଙ୍ଗରାଜ ପଏଣ୍ଟ ନିକଟରେ ସିରିଜ ଦୁର୍ଘଟଣା

ଭୁବନେଶ୍ୱର: ପୁରୀ ବାଇପାସର ମଙ୍ଗରାଜ ପଏଣ୍ଟ ନିକଟରେ ସିରିଜ ଦୁର୍ଘଟଣା । ବୋଲେରୋ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିବା ପୋଲିସ ଗାଡ଼ିକୁ ଧକ୍କା ଦେଲା ଆଉ ଗୋଟିଏ କାର୍‌ । ଦୁର୍ଘଟଣାରେ ଜଣେ ପୋଲିସ କର୍ମଚାରୀ ଓ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି କଟକ ଏସସିବି । ଏକ ବୋଲେରୋରେ ମୟୂରଭଞ୍ଜ ଜିଲ୍ଲାର ୭ ଜଣ ଯାତ୍ରୀ ପୁରୀ ଯାଉଥିଲେ । ଏତିକିବେଳେ ମଙ୍ଗରାଜ ପଏଣ୍ଟ ନିକଟରେ ଟ୍ରକ୍‌ ସହ ବୋଲେରୋର ଧକ୍କା ହୋଇଥିଲା । ଖବର ପାଇଁ ଆହତଙ୍କୁ ଉଦ୍ଧାର ପାଇଁ ଯାଇଥିଲା ମଞ୍ଚେଶ୍ୱର ଥାନା ପୋଲିସ । ଉଦ୍ଧାର କାମ ଚାଲିଥିବା ବେଳେ ପୋଲିସ ଗାଡ଼ିକୁ ପଛ ପଟରୁ ଆଉ ଗୋଟିଏ କାର୍‌ ଧକ୍କା ଦେଇଥିଲା ।

nis-ad
Leave A Reply

Your email address will not be published.